Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଝିଅକୁ ବଦଳରେ ମାଙ୍କଡ

ସମୟ Live 3 weeks ago

ମେରିକାରେ ଜଣେ ୭୦ ବର୍ଷୀୟା ଜଣେ ମହିଳା ନିଜର ଜଣେ ପାଳିତ ଝିଅ ବଦଳରେ ଏକ ପୋଷା ମାଙ୍କଡ଼କୁ ଆଣିଥିବାନେଇ ସଂଗୀନ ଅପରାଧର ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଗତ ୨୦ ବର୍ଷ ମଧ୍ୟରେ ୨୦୦ରୁ ଅଧିକ ପିଲାଙ୍କୁ ପାଳିଥିବା ଏହି ମହିଳାଙ୍କର ଅଷ୍ଟମ ଶ୍ରେଣୀରେ ପଢୁଥିବା ପାଳିତ କନ୍ୟା ସହ ପ୍ରାୟତଃ ମନୋମାଳିନ୍ୟ ହେଉଥିଲା ।

ଯେଉଁଥିପାଇଁ ସେ ସେହି ନାବାଳିକାକୁ ଟେକ୍ସାସରେ ରହୁଥିବା ଜଣେ ପରିଚିତ ବ୍ୟକ୍ତିଙ୍କ ପାଖକୁ ପଠାଇ ଦେଇଥିଲେ ଏବଂ ବଦଳରେ ତାଙ୍କଠାରୁ ଏକ ପୋଷା ମାଙ୍କଡ଼ ନେଇ ଆସିଥିଲେ । ତେବେ ଏନେଇ ଅଭିଯୋଗ ହେବାପରେ ପରବର୍ତ୍ତୀ ତଦନ୍ତରୁ ଜଣାପଡ଼ିଛି ଯେ, ବ୍ରେଣ୍ଡାଙ୍କ ଘର ବିରୋଧରେ ଚାଇଲ୍ଡ ଆବ୍ୟୁଜ୍ ହେଲ୍ପଲାଇନରେ ପୂର୍ବରୁ ମଧ୍ୟ ୨୦୦ରୁ ଅଧିକ ଅଭିଯୋଗ ଆସିଥିଲା । ଯେଉଁଥିରେ ପିଲାମାନଙ୍କୁ ଶାରୀରିକ, ମାନସିକ ଏବଂ ଭାବନାତ୍ମକ ନିର୍ଯାତନା ଦିଆଯାଉଥିବା ଦର୍ଶାଯାଇଥିଲା । ବର୍ତ୍ତମାନ ଏହି ମାମଲାରେ ଅଭିଯୁକ୍ତ ବ୍ରେଣ୍ଡା ଅଦାଲତରେ ନିଜର ଦୋଷ ସ୍ୱୀକାର କରିସାରିଛନ୍ତି, ଯେଉଁଥିପାଇଁ ତାଙ୍କୁ ସର୍ବାଧିକ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହୋଇପାରେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Samaya Live