Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

କଳା ଚଷମା ପାଇଁ ଟ୍ରୋଲ

ସମୟ Live 5 days ago

ଭିନେତ୍ରୀ ଭୂମି ପେଡେନକର ଶ୍ରାବଣ ମାସର ଆରମ୍ଭରେ ଏକ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଶିବଲିଙ୍ଗରେ ଜଳାଭିଷେକ କରୁଥିବାର ଭିଡିଓ ଓ ଫଟୋ ନିଜ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ପୋଷ୍ଟ୍ କରିଥିଲେ । ତେବେ ଏହାପରେ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ୍‌ର ସାମନା କରିବାକୁ ପଡିଛି । ବ୍ଲାକ୍ ଟପ୍ ଏବଂ ବ୍ଲୁ ଡେନିମ୍ ଜିନ୍ସ ପିନ୍ଧି ମନ୍ଦିର ଯାଇଥିବା ଭୂମି ପୂଜା କରିବା ସମୟରେ ଆଖିରେ କଳା ଚଷମା ବା ସନ୍ ‌ ଗ୍ଲାସେସ୍ ପିନ୍ଧିଥିବାରୁ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଆପତ୍ତି ଜଣାଇବା ସହ ଭଗବାନଙ୍କୁ ଅନାଦର କରାଯାଉଥିବା କହି କମେଣ୍ଟ ସେକ୍ସନ୍ ‌ ରେ ସମାଲୋଚନା କରିଛନ୍ତି ।

ତେବେ ଏହି ଘଟଣାରେ ଭୂମିଙ୍କର ମତାମତ ମିଳିପାରି ନାହିଁ । ଆଗକୁ ଭୂମିଙ୍କୁ ଚଳଚ୍ଚିତ୍ର 'ଦ ପ୍ରାଇଡ୍ ଅଫ୍ ଭାରତ: ଛତ୍ରପତି ଶିବାଜୀ ମହାରାଜ'ରେ ବେଲାୱାଡ଼ିର ବୀରାଙ୍ଗନା ରାନୀ ବେଲାୱାଡ଼ି ମଲ୍ଲମ୍ମାଙ୍କ ଭୂମିକାରେ ଦେଖିବାକୁ ମିଳିବ । ଯାହାର ନିର୍ଦ୍ଦେଶନା ସନ୍ଦୀପ ସିଂହ କରୁଥିବା ବେଳେ ଏଥିରେ ରିଷଭ ଶେଟ୍ଟୀ, ଅର୍ଜୁନ ରାମପାଲ ଏବଂ ବିବେକ ଓବରୋୟ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Samaya Live