Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମଦ ପିଇବାକୁ ବାରଣ କରିବାରୁ ସ୍ୱାମୀଙ୍କ ଆତ୍ମହତ୍ୟା

ମଦ ପିଇବାକୁ ବାରଣ କରିବାରୁ ସ୍ୱାମୀଙ୍କ ଆତ୍ମହତ୍ୟା

ସମୟ Live 6 days ago

କେନ୍ଦୁଝର : ମଦ ପିଆକୁ ନେଇ ଅଘଟଣ । ମଦ ପିଇବା ପାଇଁ ସ୍ତ୍ରୀ ଟଙ୍କା ନଦେବାରୁ ଆତ୍ମହତ୍ୟା କଲେ ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଭୋଳବେଡ଼ା ଗାଁରେ । ମୃତକ ହେଲେ ୬୦ ବର୍ଷିୟ ପଦ୍ମନାଭ ନାଏକ । ଗତକାଲି ବିଳମ୍ବିତ ରାତିରେ ମଦକୁ ନେଇ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା ।

ଏହାପରେ ସ୍ତ୍ରୀଙ୍କ ଠାରୁ ଟଙ୍କା ନମିଳିବାରୁ ପଦ୍ମନାଭ ରାଗରେ ଘରେ ଥିବା କୀଟନାଶକ ପି' ଦେଇଥିଲେ । ଘଟଣା ପରେ ପରିବାର ଲୋକେ ତାଙ୍କୁ ସଙ୍ଗେସଙ୍ଗେ ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଘଟଣାକୁ ନେଇ ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Samaya Live