Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମମଦାନୀଙ୍କ ଭଳି ଦେଖାଯିବାକୁ ପ୍ରତିଯୋଗିତା

ମମଦାନୀଙ୍କ ଭଳି ଦେଖାଯିବାକୁ ପ୍ରତିଯୋଗିତା

ସମୟ Live 2 weeks ago

ନ୍ୟୁୟର୍କ ସହରର ୱାଶିଂଟନ୍ ସ୍କୋୟାର୍ ପାର୍କ ନିକଟରେ ମେୟର ଜୋହରାନ୍ ମମଦାନୀଙ୍କ ଭଳି ଦିଶୁଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଯେଉଁଥିରେ ୯ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ସମସ୍ତ ପ୍ରତିଯୋଗୀ ନିଜର ଲୁକ୍, ହେୟାରଷ୍ଟାଇଲ୍, ଦାଢ଼ି ଏବଂ ପୋଷାକ ମାଧ୍ୟମରେ ମମଦାନୀଙ୍କ ଭଳି ଦେଖାଯିବାକୁ ଚେଷ୍ଟା କରିଥିଲେ ।

ଏହି ପ୍ରତିଯୋଗିତାରେ ଅଂଶଗ୍ରହଣକାରୀଙ୍କୁ କେବଳ ଗୋଟିଏ ପ୍ରଶ୍ନ ପଚାରାଯାଇଥିଲା ଯେ ସେମାନଙ୍କର ପସନ୍ଦର ପିଜା କେଉଁଟି । ଏହା ପରେ ଦର୍ଶକଙ୍କ କରତାଳି ଆଧାରରେ ବିଜେତା ଚୟନ କରାଯାଇଥିଲା । ସବୁଠାରୁ ଅଧିକ ତାଳି ପାଇ ଅମେଡିଓ ଫୁସ୍କା ବିଜେତା ହୋଇଥିଲେ ଏବଂ ତାଙ୍କୁ ପୁରସ୍କାର ସ୍ୱରୂପ ପ୍ରାୟ ୯,୫୦୦ ଟଙ୍କା ମିଳିଥିଲା । ସେ ସୁଟ୍‌ ଭିତରେ ନ୍ୟୁୟର୍କର ପ୍ରସିଦ୍ଧ ବାସ୍କେଟବଲ୍ ଟିମ୍‌ର ଜର୍ସି ପିନ୍ଧି ଆସିଥିଲେ ଏବଂ ତାଙ୍କର ହେୟାରକଟ୍ ଓ ଚେହେରା ମଧ୍ୟ ମମଦାନୀଙ୍କ ସହ ବହୁତ ମିଳୁଥିଲା । ସୂଚନାଯୋଗ୍ୟ ଯେ, ମମଦାନୀଙ୍କ ଭଳି ଦେଖାଯାଉଥିବା ଲୋକଙ୍କ ଭିତରେ ଏହା ପ୍ରଥମ ପ୍ରତିଯୋଗିତା ନୁହେଁ । ପୂର୍ବରୁ ୨୦୨୫ରେ ବ୍ରୁକଲିନ୍‌ରେ ମଧ୍ୟ ଏହିପରି ଏକ ପ୍ରତିଯୋଗିତା ଆୟୋଜିତ ହୋଇଥିଲା, ଯେତେବେଳେ ମମଦାନୀ ମେୟର ପଦ ପାଇଁ ନିର୍ବାଚନ ପ୍ରଚାର କରୁଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Samaya Live