ଚୀନର ଜଣେ ମହିଳା ୟୁ ଜିଆନସିଆଙ୍କ ଆଖିପତା ତାଙ୍କ ମୁଣ୍ଡର କେଶଠାରୁ ବି ଲମ୍ବା । ଯାହାର ଲମ୍ବ ୨୦.୫ ସେଣ୍ଟିମିଟରବା ୮ ଇଞ୍ଚ ରହିଛି। ତେବେ ଏହା ଗତ ୧୦ ବର୍ଷ ଧରି କ୍ରମାଗତ ଭାବେ ବଢ଼ିଚାଲିଥିବା ଜଣାପଡିଛି । ୨୦୧୬ ମସିହାରେ ଏହି ଆଖିପତାର ଲମ୍ବ ୧୨.୪୦ ସେଣ୍ଟିମିଟର (୪.୮୮ ଇଞ୍ଚ) ଥିଲା ଏବଂ ସେତେବେଳେ ଏହାକୁ ବିଶ୍ୱର ସବୁଠାରୁ ଲମ୍ବା ଆଖିପତା ଭାବେ ସ୍ୱୀକୃତି ମିଳିଥିଲା । ପରେ ୨୦୨୧ ମସିହା ମେ ୨୦ ତାରିଖରେ ସାଂଘାଇଠାରେ ମପାଯିବା ପରେ ଏହା ୨୦.୫ ସେଣ୍ଟିମିଟରକୁ ବୃଦ୍ଧି ପାଇଥିବା ଜଣାପଡ଼ିଥିଲା । ଜିଆନସିଆଙ୍କ ଅନୁସାରେ ୨୦୧୫ ମସିହାରୁ ସେ ନିଜର ଏହି ଆଖିପତା ବଢ଼ୁଥିବା ଲକ୍ଷ୍ୟ କରିଥିଲେ ଏବଂ ଏତେ ଲମ୍ବା ଆଖିପତା ପଛର କାରଣ ଜାଣିବା ପାଇଁ ସେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ । ହେଲେ ଡାକ୍ତରମାନେ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ ଏହାର ପ୍ରକୃତ କାରଣ ନିରୂପଣ କରିପାରିନଥିଲେ । କେତେକ ଏହାକୁ ଜେନେଟିକ୍ସ ବା ବଂଶଗତ କାରଣ ବୋଲି ଭାବୁଥିଲେ ସୁଦ୍ଧା ତାଙ୍କ ପରିବାରରେ ଅନ୍ୟ କାହାର ବି ଏତେ ଲମ୍ବା ଆଖିପତା ନାହିଁ , ଯାହା ସମସ୍ତଙ୍କୁ ଚକିତ କରିଛି ।

