Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଓଡ଼ିଶା ଲୋକଭବନକୁ ଗ୍ରୀନ୍ ବିଲ୍ଡିଂ  ମାନ୍ୟତା

ଓଡ଼ିଶା ଲୋକଭବନକୁ ଗ୍ରୀନ୍ ବିଲ୍ଡିଂ ମାନ୍ୟତା

ସମୟ Live 2 weeks ago

ଭୁବନେଶ୍ୱର : ଓଡ଼ିଶା ଲୋକଭବନ ହାସଲ କରିଛି ଭାରତୀୟ ଗ୍ରୀନ୍ ବିଲ୍ଡିଂ କାଉନ୍ସିଲ୍ (IGBC)ର ସମ୍ମାନଜନକ ପ୍ଲାଟିନମ୍ ଗ୍ରୀନ୍ କ୍ୟାମ୍ପସ୍ ସାର୍ଟିଫିକେସନ୍ । ଭାରତର ପ୍ରଥମ ଲୋକଭବନ ଭାବେ ଓଡ଼ିଶାକୁ ଏହି ସଫଳତା ମିଳିଛି । ଲୋକ ଭବନରେ ଆୟୋଜିତ ସ୍ୱତନ୍ତ୍ର କାର‌୍ୟ୍ୟକ୍ରମରେ ଆଇଜିବିସିର ଅଧ୍ୟକ୍ଷ ସି ଶେଖର ରେଡ୍ଡୀ ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପାଟ୍ଟିଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।

ଲୋକଭବନ କ୍ୟାମ୍ପସ୍ ୧୦୦ରୁ ୮୮ ଅଙ୍କ ହାସଲ କରି IGBCର ସର୍ବୋଚ୍ଚ ପ୍ଲାଟିନମ୍ ବର୍ଗରେ ସ୍ଥାନ ପାଇଛି ।

ଲୋକଭବନ ହେଉଛି ଓଡ଼ିଶା ରାଜ୍ୟପାଳଙ୍କ କାର୍ଯ୍ୟାଳୟ I GBC ଗ୍ରୀନ୍ କ୍ୟାମ୍ପସ୍ ରେଟିଂ ବ୍ୟବସ୍ଥା ଅଧୀନରେ ଏହି ସାର୍ଟିଫିକେସନ୍ ମିଳିଛି । ଆଜିବିସିର ୮ଟି କ୍ଷେତ୍ରରେ ଲୋକ ଭବନକୁ ପରିବେଶଗତ ଓ ପରିଚାଳନାଗତ ମୂଲ୍ୟାଙ୍କନ କରାଯାଇଛି । ସ୍ଥାନ ଯୋଜନା ଓ ପରିଚାଳନାରେ ୨୫ ରୁ ୨୩, ସ୍ଥାୟୀ ପରିବହନରେ ୭ରୁ ୭, , ଜଳ ସଂରକ୍ଷଣ ୧୮ ରୁ ୧୩, ଶକ୍ତି ଦକ୍ଷତା ୧୮ ରୁ ୧୭, ସାମଗ୍ରୀ ଓ ସମ୍ବଳ ପରିଚାଳନା ୮ରୁ୮, ସ୍ୱାସ୍ଥ୍ୟ ଓ କଲ୍ୟାଣ ୭ରୁ ୬, ସ୍ଥାୟୀ ପରିଚାଳନା ଓ ରକ୍ଷଣାବେକ୍ଷଣ ୮ରୁ୭ ଏବଂ ଡିଜାଇନରେ ନୂତନତ୍ୱ ୯ରୁ ୭ ଅଙ୍କ ମିଳିଛି ।

ଲୋକଭବନ କ୍ୟାମ୍ପସ୍ ଶକ୍ତି-ଦକ୍ଷ ପ୍ରଣାଳୀ, ନବୀକରଣୀୟ ଶକ୍ତିର ବ୍ୟବହାର, ଜଳ ସଂରକ୍ଷଣ, ଜୈବ ବିବିଧତା ସୁରକ୍ଷା, ବୈଜ୍ଞାନିକ ବର୍ଜ୍ୟବସ୍ତୁ ପରିଚାଳନା, ସ୍ଥାୟୀ ଗତିଶୀଳତା ଏବଂ ବାସିନ୍ଦାଙ୍କ କଲ୍ୟାଣ ଭଳି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଏ ସଫଳତାରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ଖୁସି ଜାହିର କରି କହିଛନ୍ତି ଯେ, ମୁଁ ଦେଖିବାକୁ ଚାହୁଁଛି, ଓଡିଶାର ସବୁ ବିଶ୍ୱ ବିଦ୍ୟାଳୟ ଗ୍ରୀନ କ୍ୟାମ୍ପସ ହେଉ। ହଜାର ହଜାର ଛାତ୍ରଛାତ୍ରୀ କ୍ୟାମ୍ପସ ଗୁଡିକରେ ପଢୁଛନ୍ତି, ସେମାନେ ଏହାଦ୍ୱାରା ଅନୁପ୍ରାଣିତ ହୋଇ, ଏହାକୁ ଅନୁପାଳନ କରିବେ।

ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହାକୁ ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଛନ୍ତି । ସେ କହିଛନ୍ତି, ଲୋକଭବନର ଏହି ସ୍ୱୀକୃତି ଆଗାମୀ ଦିନରେ ରାଜ୍ୟରେ ନିର୍ମାଣ ହେବାକୁ ଥିବା ସରକାରୀ କୋଠାବାଡ଼ିଗୁଡ଼ିକ ପାଇଁ ପ୍ରେରଣା ଯୋଗାଇବ। ଭବିଷ୍ୟତରେ ସରକାର ନିର୍ମାଣ କରିବାକୁ ଥିବା ହସ୍ପିଟାଲ, ସ୍କୁଲ୍ ଏବଂ ଅନ୍ୟାନ୍ୟ ସରକାରୀ ଭବନଗୁଡ଼ିକରେ ଗ୍ରୀନ୍ ବିଲ୍ଡିଂ ମାନଦଣ୍ଡକୁ ଗୁରୁତ୍ୱ ଦେବା ସହ ଏଭଳି ମାନ୍ୟତା ହାସଲ ଦିଗରେ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ସେ କହିଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Samaya Live