Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପକ୍ଷୀଙ୍କ ଅବିକଳ ଅନୁକରଣ କରୁଥିବା ବାଳକ

ପକ୍ଷୀଙ୍କ ଅବିକଳ ଅନୁକରଣ କରୁଥିବା ବାଳକ

ସମୟ Live 1 day ago

ମେରିକାର ଓକ୍ଲାହୋମାରେ ରହୁଥିବା ୧୨ ବର୍ଷୀୟ ବାଳକ ସାମୁଏଲ୍ ହେଣ୍ଡରସନଙ୍କର ଏକ ଅଜବ ପ୍ରତିଭା ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ସେ ୧୩୦ରୁ ଅଧିକ ପକ୍ଷୀଙ୍କ ଶବ୍ଦକୁ ଅବିକଳ ଅନୁକରଣ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛନ୍ତି । ତାଙ୍କର ଏହି ପ୍ରତିଭା ଏତେ ନିଖୁଣ ଯେ ପକ୍ଷୀଙ୍କ ଶବ୍ଦ ଚିହ୍ନଟ କରୁଥିବା ମୋବାଇଲ୍ ଆପ୍ ମଧ୍ୟ ତାଙ୍କ ସ୍ୱରକୁ ପ୍ରକୃତ ପକ୍ଷୀର ଶବ୍ଦ ଭାବି ବା ଭୁଲ୍ କରୁଥିବା ଜଣାପଡିଛି ।

ଓକ୍ଲାହୋମା ସିଟି ଚିଡ଼ିଆଖାନାରେ 'ଗ୍ରେଟ୍-ଟେଲ୍‌ଡ ଗ୍ରାକଲ୍‌' ପକ୍ଷୀର ଶବ୍ଦ ଶୁଣି ଏହାକୁ ଅନୁକରଣ କରିବା ଆରମ୍ଭ କରିଥିବା ସାମୁଏଲ୍, ମେ ୨୦୨୪ରେ ଏକ ସ୍କୁଲ୍ ଟାଲେଣ୍ଟ ଶୋ'ରେ ବିଭିନ୍ନ ପକ୍ଷୀଙ୍କ ସ୍ୱର କାଢ଼ି ଚର୍ଚ୍ଚାକୁ ଆସିଥିଲେ। ତାଙ୍କ ମା' ଏହାର ଭିଡିଓ ଟିକଟକରେ ସେୟାର୍ କରିବା ପରେ ତାହା ଭାଇରାଲ୍ ହୋଇଥିଲା । ପକ୍ଷୀଙ୍କ ଶବ୍ଦ, ରଙ୍ଗ ଓ ବ୍ୟବହାର ବିଷୟରେ ଅଧ୍ୟୟନ କରିବାକୁ ଭଲ ପାଉଥିବା ସାମୁଏଲ୍ ବଡ଼ ହୋଇ ଜଣେ ପକ୍ଷୀ ବିଜ୍ଞାନୀ ହେବାକୁ ଲକ୍ଷ୍ୟ ରଖିଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଏଭଳି ଅଦ୍ଭୁତ କଳାକୁ ସମସ୍ତେ ପ୍ରଶଂସା କରିଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Samaya Live