Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ପରଦାରେ ଫ୍ରେଣ୍ଡସିପ

ସମୟ Live 1 week ago

ଲିଉଡ୍‌ରେ ବନ୍ଧୁତାର ଅନେକ ସୁନ୍ଦର କାହାଣୀକୁ ନେଇ ସିନେମା ତିଆରି ହୋଇଛି, ଯାହା ଆଜି ବି ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଆସନ୍ତୁ ଜାଣିବା ସେହିଭଳି କିଛି ଫିଲ୍ମ ସମ୍ପର୍କରେ ।

ଶୋଲେ

'ଜୟ' ଏବଂ 'ବୀରୁ'ଙ୍କ ବନ୍ଧୁତା ବଲିଉଡ୍ ଇତିହାସରେ ସବୁଠାରୁ ଲୋକପ୍ରିୟ । ଶୋଲେ ଫିଲ୍ମରେ ଦେଖିବାକୁ ମିଳିଥିବା ଏହି ନିଆରା କାହାଣୀ ।

ଫିଲ୍ମର ଗୀତ "ୟେ ଦୋସ୍ତୀ ହମ୍ ନେହିଁ ତୋଡ଼େଙ୍ଗେ" ଆଜି ବି ପ୍ରତ୍ୟେକ ବନ୍ଧୁଙ୍କ ପାଇଁ ଏକ ସ୍ୱତନ୍ତ୍ର ଗୀତ ହୋଇ ରହିଛି। ବିପଦ ସମୟରେ ଜଣେ ବନ୍ଧୁ ଅନ୍ୟ ଜଣଙ୍କ ପାଇଁ ଜୀବନ ଦେବାକୁ ପଛାଏ ନାହିଁ, ତାହା ଏହି ଫିଲ୍ମରେ ସୁନ୍ଦର ଭାବେ ଦେଖାଯାଇଛି। ସେହିଭଳି ଅମିତାଭ ଓ ଧର୍ମେନ୍ଦ୍ରଙ୍କ ଜୀବନ୍ତ ଅଭିନୟ ଏହାକୁ ଆହୁରି ଆକର୍ଷଣୀୟ କରିଥିଲା ।

ଦିଲ୍ ଚାହତା ହୈ

ଆଧୁନିକ ଯୁଗର ବନ୍ଧୁତାକୁ ନେଇ ତିଆରି ହୋଇଥିବା ଏହା ଏକ ଶ୍ରେଷ୍ଠ ଫିଲ୍ମ ହେଲା ଦିଲ ଚାହତା ହୈ । 'ଆକାଶ', 'ସମୀର' ଏବଂ 'ସିଦ୍ଧାର୍ଥ' - ଏହି ତିନି ବନ୍ଧୁଙ୍କ କାହାଣୀ, ସେମାନଙ୍କର ମନୋମାଳିନ୍ୟ ଏବଂ ସମୟ ସହ ବନ୍ଧୁତାର ବଦଳୁଥିବା ସମ୍ପର୍କକୁ ଏଥିରେ ଅତି ସହଜ ଓ ସୁନ୍ଦର ଭାବେ ଉପସ୍ଥାପନ କରାଯାଇଛି । ଏଥିରେ ଆମିର ଖାନ, ସୈଫ ଅଲ୍ଲୀ ଖାନ ଓ ଅକ୍ଷୟ ଖାନାଙ୍କର ସୁନ୍ଦର ଯୋଡି ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା ।

3 ଇଡିଅଟ୍ସ

କଲେଜ ଜୀବନ, ହୋଷ୍ଟେଲର ମଜା-ମସ୍ତି ଏବଂ ସଚ୍ଚା ବନ୍ଧୁତାର ଏକ ଅନନ୍ୟ ଉଦାହରଣ ହେଉଛି ଏହି ସିନେମା । 'ରଞ୍ଛୋ', 'ଫରହାନ' ଏବଂ 'ରାଜୁ'ଙ୍କର ସମ୍ପର୍କ ଦେଖାଏ ଯେ ପ୍ରକୃତ ବନ୍ଧୁ ସଦାବେଳେ ସ୍ୱପ୍ନ ପୂରଣ କରିବାରେ ଏବଂ କଠିନ ସମୟରେ ପରସ୍ପରର ସାହସ ସାଜି ଛିଡ଼ା ହୁଅନ୍ତି । ଏଥିରେ ଆମିର ଖାନ, ଆର୍ ମାଧବନ ଓ ସରମନ ଯୋସିଙ୍କ ଅଭିନୟ ଖୁବ ମନଲୋଭା ହୋଇଥିଲା ।

ଜିନ୍ଦଗୀ ନା ମିଲେଗୀ ଦୋବାରା

ଏହି ଫିଲ୍ମ ଆଜି ବି ଦର୍ଶକଙ୍କ ମନରେ ଜୀବନ୍ତ ହୋଇ ରହିଛି । ଫିଲ୍ମରେ ତିନିଜଣ ପିଲାଦିନର ସାଙ୍ଗ ଏକାଠି ଏକ ସ୍ପେନ୍ ରୋଡ୍ ଟ୍ରିପ୍‌ରେ ଯାଆନ୍ତି । ଏହି ଯାତ୍ରା କେବଳ ମଜା-ମସ୍ତି ପାଇଁ ନୁହେଁ, ବରଂ ନିଜ ନିଜ ମନର ଭୟକୁ ଦୂର କରିବା ଏବଂ ପୁରୁଣା ଭୁଲ ବୁଝାମଣାକୁ ଭୁଲି ବନ୍ଧୁତାକୁ ନୂଆ ରୂପ ଦେବାର ଏକ ସୁନ୍ଦର କାହାଣୀ । ଏଥିରେ ଦର୍ଶକ ହ୍ରିତିକ ରୋଶନ, ଫରହାନ ଅଖତର ଓ ଅଭୟ ଦେୱଲଙ୍କ ସୁନ୍ଦର ବନ୍ଧୁତ୍ବ ଦେଖିବାକୁ ପାଇଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Samaya Live