Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ସମ୍ପର୍କ ବିଚ୍ଛେଦ ଅଧିକାରୀ

ସମୟ Live 3 weeks ago

କ ଆଶ୍ଚର୍ଯ୍ୟଜନକ ଚାକିରି ସୁଯୋଗ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଠାରେ ଏକ ଡେଟିଂ କମ୍ପାନୀ 'ଚିଫ୍ ବ୍ରେକଅପ୍ ଅଫିସର' ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଏବଂ ଏଥିପାଇଁ ମାସିକ ପ୍ରାୟ ୨.୮ ଲକ୍ଷ ଟଙ୍କାର ମୋଟା ଅଙ୍କର ଦରମା ମଧ୍ୟ ଧାର୍ଯ୍ୟ କରାଯାଇଛି । ସୂଚନା ଅନୁଯାୟୀ, ଏହି ଚାକିରିରେ ମନୋନୀତ ହେବାକୁ ଥିବା ବ୍ୟକ୍ତିଙ୍କୁ ସେହି ଲୋକମାନଙ୍କ ତରଫରୁ ସେମାନଙ୍କ ପାର୍ଟନରଙ୍କୁ ସମ୍ପର୍କ ବିଚ୍ଛେଦ ବା ବ୍ରେକଅପ୍ ‌ ର ଖବର ଦେବାକୁ ହେବ, ଯେଉଁମାନେ ନିଜେ ଏହି କଠିନ ଆଲୋଚନା କରିବାକୁ ସାହସ କରି ପାରୁନାହାନ୍ତି ।

ଏହି ପଦବୀରେ ଥିବା କର୍ମଚାରୀଙ୍କର ମୁଖ୍ୟ ଦାୟିତ୍ୱ ହେବ କ୍ଲାଏଣ୍ଟଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ସମ୍ମାନଜନକ ଏବଂ ସଂବେଦନଶୀଳ ଭାଷା ପ୍ରୟୋଗ କରି ସାମ୍ନା ବ୍ୟକ୍ତିଙ୍କୁ ସମ୍ପର୍କ ଶେଷ ହେବାର ସ୍ପଷ୍ଟ କାରଣ ସହ 'କ୍ଲୋଜର' ଦେବାକୁ ଚେଷ୍ଟା କରିବା । ଏହି ଚାକିରି ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଖରେ ଭଲ ଇମୋସନାଲ ଇଣ୍ଟେଲିଜେନ୍ସ, ଦୃଢ଼ ଯୋଗାଯୋଗ ଦକ୍ଷତା ଏବଂ ଜଟିଳ ପରିସ୍ଥିତିକୁ ସମ୍ଭାଳିବାର କ୍ଷମତା ଥିବା ଆବଶ୍ୟକ ବୋଲି କମ୍ପାନୀ ଦର୍ଶାଇଛି । ଏପରିକି କମ୍ପାନୀ ଏହା ମଧ୍ୟ ପ୍ରକାଶ କରିଛି ଯେ ଯଦି କୌଣସି ଆବେଦନକାରୀ ନିଜ ବ୍ୟକ୍ତିଗତ ଜୀବନରେ ଅତିକମରେ ତିନୋଟି ବ୍ରେକଅପ୍‌ର ସାମ୍ନା କରିସାରିଛନ୍ତି, ତେବେ ସେମାନଙ୍କୁ ଚୟନ ପ୍ରକ୍ରିୟାରେ ଅଗ୍ରାଧିକାର ଦିଆଯାଇପାରେ । ତେବେ ଚାକିରିଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Samaya Live