Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସୁନା ଋଣ ଜାଲିଆତି , ଜେଲ ଗଲେ ପୂର୍ବତନ ବ୍ୟାଙ୍କ ମ୍ୟାନେଜର

ସୁନା ଋଣ ଜାଲିଆତି , ଜେଲ ଗଲେ ପୂର୍ବତନ ବ୍ୟାଙ୍କ ମ୍ୟାନେଜର

ସମୟ Live 2 weeks ago

ଭୁବନେଶ୍ଵର : ସୁନା ଋଣ ପାଇଁ ୨କୋଟିରୁ ଉର୍ଦ୍ଧ୍ବ ଠକେଇ ମାମଲା । ଜେଲ୍ ଗଲେ ଯୋଡ଼ା ଶାଖାର ପୂର୍ବତନ ୟୁକୋ ବ୍ୟାଙ୍କ ମ୍ୟାନେଜର ସତ୍ୟବ୍ରତ ଭୋଇ । ୨ ଦିନ ତଳେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ ) ତାଙ୍କୁ ଗିରଫ କରିଛି । ସୁନା ନଦେଇ ପାଖାପାଖି ୧୦୦ଟି ଗୋଲ୍ଡ ଲୋନ୍ ଦେଇ ନେଇ ଯାଇଥିଲେ ୨ କୋଟି ୧୨ ଲକ୍ଷ ୨୯ ହଜାର ୯୦୦ ଟଙ୍କା ।

ଏଭଳି ଏକ ମାମଲାରେ ଓଡ଼ିଶା ଆର୍ଥିକ ଅପରାଧ ଶାଖା (EOW) ଅଭିଯୁକ୍ତ ସତ୍ୟବ୍ରତ ଭୋଇଙ୍କୁ ଗିରଫ କରିଛି । ଗତକାଲି କୋର୍ଟରେ ହାଜର ପରେ ବିଚାର ବିଭାଗୀୟ ହାଜତକୁ ପଠେଇ ଦିଆଯାଇଛି ।

ଗିରଫ ଅଭିଯୁକ୍ତ ସତ୍ୟବ୍ରତ ଭୋଇଙ୍କୁ ଆଜି ବାଲେଶ୍ୱରସ୍ଥିତ OPID ଆଇନ ଅନ୍ତର୍ଗତ ନିର୍ଦ୍ଦିଷ୍ଟ ଅଦାଲତରେ ହାଜର କରାଯାଇଛି । ଅଭିଯୋଗ ଅନୁଯାୟୀ, ଜୁନ୍ ୨୦୨୩ରୁ ଜୁନ୍ ୨୦୨୪ ମଧ୍ୟରେ ସତ୍ୟବ୍ରତ ଭୋଇ ଯୋଡ଼ାସ୍ଥିତ ୟୁନିୟନ୍ ବ୍ୟାଙ୍କ ଶାଖାର ଶାଖା ପରିଚାଳକ ଥିଲେ ।

ସେହି ସମୟରେ ଅନ୍ୟ ବ୍ୟାଙ୍କ କର୍ମଚାରୀଙ୍କ ସହ ମିଶି ଜାଲି ଓ ନକଲି ସୁନା ଅଳଙ୍କାର ରଖି ଏବଂ ଆବଶ୍ୟକ ଦସ୍ତାବିଜ ବିନା ୧୦୦ଟି ସୁନା ଋଣ ଜାଲିଆତିପୂର୍ବକ ମଞ୍ଜୁର ଓ ବିତରଣ କରିଥିଲେ । ଏହି ଋଣଗୁଡ଼ିକର ମୋଟ ମୂଲ୍ୟ ୨ କୋଟି ୧୨ ଲକ୍ଷ ୨୯ ହଜାର ୯୦୦ ଟଙ୍କା ଥିଲା । ପରେ ଏହି ଋଣ ଅର୍ଥ ହଡ଼ପ କରାଯାଇ ବ୍ୟାଙ୍କକୁ ସତ୍ୟବ୍ରତ ବିପୁଳ ଆର୍ଥିକ କ୍ଷତି ପହଞ୍ଚାଯାଇଥ ଅଭିଯୋଗ ହୋଇଥିଲା ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Samaya Live