Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ତାରାଙ୍କୁ ମିଳିଥିଲା ପରିବାରର ସହଯୋଗ

ତାରାଙ୍କୁ ମିଳିଥିଲା ପରିବାରର ସହଯୋଗ

ସମୟ Live 4 hrs ago

ଲିଉଡରେ ଆଠ ବର୍ଷର ଯାତ୍ରା ସମ୍ପର୍କରେ ଏକ ସାକ୍ଷାତକାରରେ ଅଭିନେତ୍ରୀ ତାରା ସୁତରିଆ ମନଖୋଲି କଥା ହୋଇଛନ୍ତି । କ୍ୟାରିୟରର ଆରମ୍ଭରେ ସେ ଅତି କମ୍ ଲୋକଙ୍କୁ ଜାଣିଥିଲେ ଏବଂ ଏହି ଇଣ୍ଡଷ୍ଟ୍ରିର କାର୍ଯ୍ୟଶୈଳୀକୁ ବୁଝିବା ପାଇଁ ତାଙ୍କୁ ବହୁତ ବର୍ଷ ଲାଗିଯାଇଥିଲା। ଫିଲ୍ମ ପରିବାରରୁ ନଆସିଥିବା କଳାକାରଙ୍କ ପାଇଁ ଏହା ଏକ ସମ୍ପୂର୍ଣ୍ଣ ଭିନ୍ନ ଅନୁଭୂତି ହୋଇଥାଏବୋଲି ତାରା ମତ ଦେଇଛନ୍ତି ।

ନିଜର ଏହି ଅନୁଭୂତିକୁ କଷ୍ଟକରବୋଲି ସେ ବର୍ଣ୍ଣନା କରିଛନ୍ତି । ସେହିଭଳିପରିବାରର ସହଯୋଗ ତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା, ଯେଉଁଥିପାଇଁ ସେ ଏତେ ଆଗକୁ ଆସିଛନ୍ତି ବୋଲି ତାରା ପ୍ରକାଶ କରିଛନ୍ତି । ହେଲେ କ୍ୟାରିୟର ଆରମ୍ଭରୁ ତାଙ୍କୁ କିଛି ସମସ୍ୟା ହୋଇଥିଲା ।ବଲିଉଡ ପ୍ରୋ-ଆକ୍ଟିଭ୍ହୋଇଥିବାରୁ ଏଠାରେ ଇଣ୍ଟ୍ରୋଭର୍ଟ ବ୍ୟକ୍ତିଙ୍କ ପାଇଁ ନିଜକୁ ପ୍ରକାଶ କରିବାଖୁବ ଚାଲେଞ୍ଜିଂ ହୋଇଥାଏ ।ସେହିଭଳି ବର୍ତ୍ତମାନ ସେ ନିଜ କ୍ୟାରିୟରରେଫିଲ୍ମ ଚୟନବେଳେ କ୍ୱାଲିଟି ଉପରେ ଅଧିକ ଧ୍ୟାନ ଦେଉଛନ୍ତିବୋଲି ତାରା ପ୍ରକାଶ କରିଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Samaya Live