Thursday, 31 Aug, 9.48 am ସମ୍ବାଦ

ମନୋରଞ୍ଜନ
ଅନୁଭବ ହିଁ ବନିଛନ୍ତି 'ଅର୍ଜୁନ' ଓ 'ଅଭିମନ୍ୟୁ'!

ମହାଭାରତର ପ୍ରସଙ୍ଗ ଅନୁଯାୟୀ ଅଭିମନ୍ୟୁ ହେଉଛନ୍ତି ଅର୍ଜୁନଙ୍କ ସୁପୁତ୍ର, ଯାହାଙ୍କୁ ସପ୍ତରଥୀ ମିଶି ହତ୍ୟା କରିଥିଲେ। ହେଲେ ପରଦାରେ ଉଭୟ 'ଅର୍ଜୁନ' ଓ 'ଅଭିମନ୍ୟୁ' ନାମକ ଚରିତ୍ର ନିଭାଇବାର ସୁଯୋଗ ପାଇଛନ୍ତି ଓଲିଉଡ଼୍‍ର ଟପ୍ ହିରୋ ଅନୁଭବ। ତେବେ ଏ ଦୁଇଟି ଚରିତ୍ର ପୌରାଣିକ ନୁହେଁ ବରଂ ସାମାଜିକ।

'ଅର୍ଜୁନ' ଓ 'ଅଭିମନ୍ୟୁ' ଏ ଦୁଇ ଶୀର୍ଷକରେ ଅତୀତରେ ଦୁଇଟି ଓଡ଼ିଆ ଛବି ନିର୍ମିତ ହୋଇଛି,ଯାହାର ଶୀର୍ଷକ ଭୂମିକାରେ ନଜର ଆସିଛନ୍ତି ଅନୁଭବ ମହାନ୍ତି। ଏଥିମଧ୍ୟରୁ ପ୍ରଥମେ ଅର୍ଜୁନ ସାଜି ବଡ଼ ପରଦାକୁ ଆସିଥିଲେ ଅନୁଭବ। ଏଥିରେ ଗାର୍ଗୀ ମହାନ୍ତି,ହର ପଟ୍ଟନାୟକ ,ପ୍ରଦ୍ୟୁମ୍ନ ଲେଙ୍କା,ବାଙ୍କୁ ଓ ରାଇମୋହନ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

ଅନ୍ୟପକ୍ଷରେ ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ 'ଅଭିମନ୍ୟୁ'ରେ ଅନୁଭବଙ୍କ ସହ କଳାକାରମାନେ ହେଲେ ପ୍ରିୟା, ମିହିର୍ ଦାସ,ଅଜିତ୍ ଦାସ,ବବି ମିଶ୍ର ଓ ହରି ପ୍ରମୁଖ।କହିବା ବାହୁଲ୍ୟଯେ ଉଭୟ ଛବି 'ଅର୍ଜୁନ' ଓ 'ଅଭିମନ୍ୟୁ'ଥିଲା ଆକ୍ସନ୍ ଧର୍ମୀ।

Dailyhunt
Top