Friday, 04 Aug, 10.46 am ସମ୍ବାଦ

ମନୋରଞ୍ଜନ
ଅର୍ଚ୍ଚିତା ଓ ରାଲି କାମ କରିଛନ୍ତି ଏହି ଓଡ଼ିଆ ଛବିରେ

ସେତେବେଳକୁ ଓଲିଉଡ଼ର ଷ୍ଟାର୍ ହିରୋଇନ୍ ହୋଇସାରିଥିଲେ ଅର୍ଚ୍ଚିତା । ଆଉ ସେହି ସମୟରେ ନୂଆକରି ଷ୍ଟାାର୍ ହୋଇଥିଲେ ରାଲି ନନ୍ଦ । ଅର୍ଚ୍ଚିତ ସେତେବେଳକୁ ଓ ମାଇଁ ଲଭ୍, ବାବୁ ଆଇ ଲଭ ୟୁ, ତୋ' ପାଇଁ ନେବି ମୁଁ ଶହେ ଜନମ, ଦେ ମା' ଶକ୍ତି ଦେ, ମୁଁ ସପନର ସୌଦାଗର, ମତେ ଆଣିଦେଲେ ଲକ୍ଷେ ଫଗୁଣ, ତୋ' ବିନା ମୋ' କାହାଣୀ ଅଧା ଓ ଧନରେ ରଖିବୁ ଶପଥ ମୋର ଭଳି ବେଶ୍ କେତୋଟି ସିନେମାରେ ନାୟିକା ଭାବେ ଅଭିନୟ କରି ଚର୍ଚ୍ଚିତା ହୋଇସାରିଥିଲେ ।

ଅପରପକ୍ଷରେ ସେତେବେଳେ ରାଲି ନନ୍ଦଙ୍କୁ କେବଳ ଗୋଟିଏ ଓଡ଼ିଆ ଛବିରେ ନାୟିକା ଭୂମିକାରେ ଦେଖିଥିଲେ ଦର୍ଶକ । ଏହି ସିନେମା ହେଲା ଦେବାନନ୍ଦ ପଣ୍ଡାଙ୍କ ପ୍ରଯୋଜିତ ଓ ବରଦା ପ୍ରସନ୍ନ ତ୍ରିପାଠୀଙ୍କ ନିର୍ଦ୍ଦେଶିତ 'କଳିଙ୍ଗ ପୁତ୍ର' । ଏଥିରେ ଆକାଶଙ୍କ ବିପକ୍ଷରେ ନାୟିକା ବନିଥିଲେ ରାଲି । ଏହି ଫିଲ୍ମ ରିଲିଜ୍ ହେବା ପରେ ଯେଉଁ ଫିଲ୍ମର ଅଫର୍କୁ ସ୍ୱୀକାର କରିଥିଲେ, ତାହା ହେଲା ' ଆକାଶେ କି ରଙ୍ଗ ଲାଗିଲା' । ଏହି ଫିଲ୍ମରେ ଫିମେଲ ଲିଡ୍ ରୋଲରେ କିନ୍ତୁ ନ ଥିଲେ ସେ । ଏଥିରେ ଅର୍ଚ୍ଚିତାଙ୍କୁ ନିଆଯାଇଥିଲା । ଅନୁଭବଙ୍କ ବିପକ୍ଷରେ । ଆଉ ରାଲି ସାଜିଥିଲେ ଅନୁଭବଙ୍କ ଭଉଣୀ ।

ଅତଏବ ୨୦୦୯ ମୁକ୍ତିପ୍ରାପ୍ତ ଏସ୍.କେ. ମୁରଲୀଧରନ୍ଙ୍କ ନିର୍ଦ୍ଦେଶିତ ' ଆକାଶେ କି ରଙ୍ଗ ଲାଗିଲା 'ରେ ପ୍ରଥମ ଥର ପାଇଁ ଦୁୂଇ ନାୟିକା ଅର୍ଚ୍ଚିତା ଓ ରାଲି ଏକାଠି କାମ କରିଥିଲେ । ଏହାପରେ ଏ ଦୁହେଁ ଅନ୍ୟ କୌଣସି ବି ସିନେମାରେ ଏକାଠି ସ୍କ୍ରିନ୍ ସେଆର୍ କରି ନାହାନ୍ତି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Sambad
Top