Sunday, 30 Jul, 10.47 am ସମ୍ବାଦ

ମନୋରଞ୍ଜନ
ବାବୁସାନ୍ଙ୍କୁ ୨୯ ଚାଲିଲା,ଏବର୍ଷ ଅଭିନୀତ ଓଡ଼ିଆ ସିନେମା ସଂଖ୍ୟା ବି ହେବ ୨୯!

ଆଜି (ଜୁଲାଇ ୩୦)ହେଉଛି ଓଲିଉଡ଼୍‍ର ମୋଷ୍ଟ୍‍ ଟ୍ୟାଲେଣ୍ଟେଡ଼୍‍ ଆକ୍ଟର୍ ବାବୁସାନ୍ଙ୍କର ଜନ୍ମଦିନ।୧୯୮୯ ମସିହା ଜୁଲାଇ ୩୦ ତାରିଖରେ ଜନ୍ମ ହୋଇଥିଲେ ସେ।ପ୍ରଖ୍ୟାତ ଅଭିନେତା ଉତ୍ତମ ମହାନ୍ତି ଓ ଏଭର୍ଗ୍ରୀନ୍ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କର ସୁପୁତ୍ର ବାବୁସାନ୍ଙ୍କୁ ଓଲିଉଡ଼୍‍ରେ ବ୍ରେକ୍ ଦେଇଥିଲେ ବ୍ରଜରାଜ୍ ମୁଭିଜ୍। ତାଙ୍କ ଅଭିନୀତ ପ୍ରଥମ ସିନେମା ହେଲା'ରୋମିଓ ଦ ଲଭର୍ ବୟ୍'।୨୦୦୯ରେ ରିଲିଜ୍ ହୋଇଥିବା ଏହି ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଇଥିଲେ ହର ପଟ୍ଟନାୟକ। ପ୍ରଥମ ସିନେମାରେ କିନ୍ତୁ ବାବୁଙ୍କୁ ମିଳିନଥିଲା ସଫଳତା।

୨୦୧୦ରେ ମୁକ୍ତିଲାଭ କରିଥିବା ଓସ୍କାର ମୁଭିଜ୍ ବ୍ୟାନରରେ ନିର୍ମିତ ତଥା ଏସ୍.କେ,ମୁରଲୀଧରନ୍ଙ୍କ ନିର୍ଦ୍ଦେଶିତ 'ତୋ ଆଖିରେ ମୁଁ' ଫିଲ୍ମ ହିଟ୍ ହେବା ପରେ ବାବୁସାନ୍ ଆଗକୁ ଆଗକୁ ମାଡ଼ିଚାଲିଲେ।ଏଯାବତ୍ ତାଙ୍କୁ ୨୬ଟି ଓଡ଼ିଆ ଛବିରେ ଦେଖିବାକୁ ମିଳିଛି।ଏହି ସିନେମା ଗୁଡ଼ିକ ହେଲା-(୧)ରୋମିଓ ଦ ଲଭର୍ ବୟ୍,(୨)ତୋ ଆଖିରେ ମୁଁ,(୩)ପ୍ରେମ ଅଢ଼େଇ ଅକ୍ଷର,(୪)ସଂଜୁ ଆଉ ସଂଜନା,(୫)ଲୋଫର୍,(୬)ଚକଲେଟ୍,(୭)୧୪୩-ଆଇ ଲଭ୍ ୟୁ,(୮)ଦୋସ୍ତି,(୯)ଥୁକୁଲ୍,(୧୦)ଲୁଚକାଳି,(୧୧)ଇଡ଼ିଅଟ୍,(୧୨)ଲଭ୍ ମାଷ୍ଟର୍,(୧୩)ଦିଓ୍ଵାନା ଦିଓ୍ଵାନି,(୧୪)ଡ଼ାହା ବାଳୁଙ୍ଗା,(୧୫)ଆଖିରେ ଆଖିରେ,(୧୬)ଯିଏ ଯାହା କହୁ ମୋ'ର ଢ଼ୋ,(୧୭)ସୁପର୍ ମିଛୁଆ,(୧୮)ଭଲ ପାଏ ତତେ ୧୦୦ରୁ ଶହେ,(୧୯)ତୁ ଯେ' ସେଇ,(୨୦)ଜବରଦସ୍ତ ପ୍ରେମିକ,(୨୧)ଲଭ୍ ଷ୍ଟେସନ୍,(୨୨)ଝିଅଟା ବିଗିଡ଼ି ଗଲା,(୨୩)ଲଭ୍ ପାଇଁ କୁଛୁଭି କରେଗା,(୨୪)ସୁଇଟ୍ ହାର୍ଟ,(୨୫)ଦିଲ୍ ଦିଓ୍ଵାନା ହୋଇଗଲା ଓ (୨୬) ସିଷ୍ଟର ଶ୍ରୀଦେବୀ।

ଏଇ ଅଗଷ୍ଟ ୪ତାରିଖରେ ବାବୁସାନ୍ଙ୍କ ଅଭିନୀତ ନୂଆ ଫିଲ୍ମ 'ସୁନା ପିଲା ଟିକେ ସ୍କ୍ରୁ ଢ଼ିଲା'ରିଲିଜ୍ ହେବାକୁ ଯାଉଛି।ସଂପ୍ରତି ସେ ଏକ ନୂଆ ସିନେମାରେ 'ହିରୋ ନମ୍ବର ଓ୍ଵାନ୍'ର ସୁଟିଂରେ ବ୍ୟସ୍ତ ଅଛନ୍ତି। ତାଙ୍କ ଅଭିନୀତ ଅନ୍ୟ ଏକ ଓଡ଼ିଆ ସିନେମା 'ଯୋଦ୍ଧା'ବି ମଧ୍ୟ ଢ଼େର ଦିନ ହେବ ରିଲିଜ୍ ଅପେକ୍ଷାରେ ରହିଛି।

Dailyhunt
Top