Friday, 05 Jun, 5.19 am ସମ୍ବାଦ

ଜିଲ୍ଲା
ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ତହସିଲ ବଡ଼ବାବୁ, କିରାଣିଙ୍କୁ ଧରାଇଲେ କିରାଣି

ବଲାଙ୍ଗୀର/ଡୁଡୁକା, ଭରସୁଜା : ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ବଲାଙ୍ଗୀର ଜିଲ୍ଲା ଆଗଲପୁର ତହସିଲର ବଡ଼ବାବୁ। ଅଭିଯୋଗକାରୀ ଓ ଅଭିଯୁକ୍ତ ଉଭୟ‌ କିରାଣି ହୋଇଥିବାରୁ ଘଟଣା ରୋଚକ ମୋଡ଼ ନେଇଛି। ଅଭିଯୋଗ ଅନୁସାରେ, ଏକ ଜମିପଟ୍ଟା ପାଇଁ ବଡ଼ବାବୁ ବିକାଶ ଭୋଇ ୬ ହଜାର ଟଙ୍କା ଲୋଇସିଂହା କୋର୍ଟରେ କିରାଣି ଭାବରେ କାମ କରୁଥିବା ବୁଦୁଲା ଗାଁର ମାଧବ ନାଗଙ୍କଠାରୁ ଦାବି କରିଥିଲେ। ଶ୍ରୀ ନାଗ ଏ ସମ୍ପର୍କରେ ବଲାଙ୍ଗୀର ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ପ୍ରତିଶ୍ରୁତି ଅନୁସାରେ ଗୁରୁବାର ଦିନ ଗୋଟାଏ ବେଳେ ଶ୍ରୀ ନାଗ ଟଙ୍କା ନେଇ ବଡ଼ବାବୁଙ୍କ ନିକଟକୁ ଯାଇଥିଲେ। ବଡ଼ବାବୁ ଚତୁରତା ଦେଖାଇ ସିଧାସଳଖ ଟଙ୍କା ନେବାକୁ ବାରଣ କରିଥିଲେ। ଅନ୍ୟ ଜଣେ କିରାଣି ଚନ୍ଦ୍ରଶେଖର ପାତ୍ରଙ୍କୁ ଦେବାକୁ ପରାମର୍ଶ ଦେଇଥିଲେ। ଫଳରେ ଶ୍ରୀ ନାଗ ଯାଇ ଶ୍ରୀ ପାତ୍ରଙ୍କୁ ୬ ହଜାର ଟଙ୍କା ଦେଇଥିଲେ। ଏହି ସମୟରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଦଳ ଚଢ଼ଉ କରି ୨ଜଣଙ୍କୁ କାବୁ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । 'ସମ୍ବାଦ' ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Sambad
Top
// // // // $find_pos = strpos(SERVER_PROTOCOL, "https"); $comUrlSeg = ($find_pos !== false ? "s" : ""); ?>