Thursday, 13 Jul, 1.46 am ସମ୍ବାଦ

ମନୋରଞ୍ଜନ
ଡାକ୍ତରୀ ପାଠ ଛାଡି ଗାୟକ ହୋଇଛନ୍ତି ଏହି ଓଲିଉଡ ସେଲିବ୍ରିଟି !

ଜଣେ ଓଲିଉଡର ଟ୍ୟାଲେଣ୍ଟେଡ୍ ସିଙ୍ଗର୍ ଯେତେବେଳେ ଏହି ଗାୟକ ଜଣକ ବାପା ମାଆଙ୍କୁ ଜଣାଇଥିଲେ ଯେ ସେ ଡାକ୍ତରୀ ପଢ଼ାଛାଡି ମ୍ୟୁଜିକ୍ ଲାଇନ୍ରେ କ୍ୟାରିଅର୍ କରିବେ, ସେତେବେଳେ ବାପାଙ୍କ ମନ ଭାଙ୍ଗିଯାଇଥିଲା, କାରଣ ସେ ଚାହୁଁଥିଲେ ପୁଅ ଡାକ୍ତର ହେଉ । ଆଉ ଏହି ଘଟଣାର କିଛି ମାସ ପରେ ଯେତେବେଳେ ତାଙ୍କ ପୁଅ ତରଙ୍ଗ ଚାନେଲ୍ରେ ପ୍ରସାରିତ ' ଭଏସ୍ ଅଫ୍ ଓଡିଶା ସିଜିନ୍ -ଟୁ ' ର ବିଜେତା ହେଲେ, ସେତେବେଳେ ବାପାଙ୍କ ଛାତି ଗର୍ବରେ ଫୁଲି ଉଠିଥିଲା ଏବଂ ସେ ଭାବିଥିଲେ ପୁଅ ଠିକ୍ ନିଷ୍ପତ୍ତି ନେଇଛି ।

ଏଠାରେ ଯେଉଁ ଗାୟକଙ୍କ କଥା କୁହାଯାଉଛି, ସେ ହେଲେ ' ହ୍ୟୁମାନ ସାଗର ' । ହ୍ୟୁମାନ ତୃତୀୟ ଶ୍ରେଣୀର ଛାତ୍ର ଥିବା ଅବସ୍ଥା ରୁ ହିଁ ଗୁରୁ ଶ୍ରୀ ଶୁଭ୍ରାଂଶୁ ମିଶ୍ର ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ । ତାଙ୍କ ନିଜ ଘର ବଲାଙ୍ଗୀରର ଜିଲ୍ଲାର ଟିଟଲାଗଡ ସହରରେ । ବାପା ରବି ଚନ୍ଦ୍ର ସାଗର ଜଣେ ସ୍କୁଲ୍ ହେଡମାଷ୍ଟର ଓ ମାଆ ଶେଫାଳୀ ସାଗର ଜଣେ ଗୃହିଣୀ । ହ୍ୟୁମାନଙ୍କ ଜେଜେ ମଧ୍ୟ ଜଣେ ସଙ୍ଗୀତକାର ଥିଲେ, ଯିଏ ତାଙ୍କୁ ସଙ୍ଗୀତ କ୍ଷେତ୍ର ପାଇଁ ପ୍ରେରିତ କରିଥିଲେ। ତାଙ୍କ ମାମୁଁ ଲୋକପ୍ରିୟ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ପଙ୍କଜ ଜାଲ ଠାରୁ ମଧ୍ୟ ପ୍ରେରଣା ପାଇଥିଲେ ହ୍ୟୁମାନ । ଆଉ ଏକ ଉଲ୍ଲେଖନୀୟ କଥା ହେଲା ଯେ ବଲାଙ୍ଗୀରର ସୁଗାୟକ ମାଧବ ହିଁ ହ୍ୟୁମାନଙ୍କୁ କଟକ ଆଣି ବିଭିନ୍ନ ରେକର୍ଡିଂ ଷ୍ଟୁଡିଓକୁ ନେଇ ପ୍ରଥମେ ଯାଇଥିଲେ ଓ ବିଭିନ୍ନ ସଙ୍ଗୀତ ନିଦ୍ଦେଶକଙ୍କ ସହିତ ପରିଚିତ କରାଇଥିଲେ । ସେ ମୁକ୍ତକଣ୍ଠରେ ସ୍ୱୀକାର କରନ୍ତି ଯେ ମାଧବ ଭାଇଙ୍କ ପାଇଁ ଏଲାଇନ୍କୁ ଆସିବାରେ ସଫଳ ହୋଇଛନ୍ତି ।

ଚଳଚ୍ଚିତ୍ରରେ ପ୍ରଚ୍ଛଦପଟ ଗାୟକ ଭାବେ ବ୍ରେକ ଦେଇଥିଲେ ସଙ୍ଗୀତକାର ଏସ୍ ଚନ୍ଦ୍ରକାନ୍ତ ଫିଲ୍ମ ' ଆସିଲୁ ଯେବେ ତୁ ଯାଅନା ଫେରି ' ରେ । ଏହାପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି ।

Dailyhunt
Top