Saturday, 08 Jul, 2.46 am ସମ୍ବାଦ

ମନୋରଞ୍ଜନ
ମୀନକେତନଙ୍କୁ ପୁଣି ଦେଖିବେ ବଡ଼ ପରଦାରେ !

ଓଡ଼ିଆ ସିନେମା, ଟେଲିଭିଜନ ଓ ଯାତ୍ରା ଜଗତର ଏକ ଚର୍ଚ୍ଚିତ ଚେହେରା ଥିଲେ ମୀନକେତନ । ସେ ବିଧାତା, ବନ୍ଦେ ଉତ୍କଳ ଜନନୀ, ଥୁକୁଲ୍, ଚକାଭଉଁରୀ, ଦେଲେ ଧରା କଥା ସରେ, ଯିଏ ଯାହା କହୁ ମୋର ଢ଼ୋ, ସୁପର ମିଛୁଆ, ବାଳୁଙ୍ଗା ଟୋକା, ଜୀଅନ୍ତା ଭୂତ, ଓ୍ଵାଣ୍ଟେଡ୍ , ହେଲା ମୋତେ ପ୍ରେମ ଜର, ଗଡବଡ, ଜଗା ହାତରେ ପଘା, ନୂଆ ନୂଆ ପ୍ରେମରେ, କିଡନାପ୍, ତୁ ମୋ' ଦେହର ଛାଇ, ଅଶୋକ ସମ୍ରାଟ, ଟଙ୍କା ତତେ ସଲାମ, ହାତ ଧରି ଚାଲୁଥା, ଟାର୍ଗେଟ, ମାଇଁ-ଲଭ ଷ୍ଟୋରି, ଓମ୍ ସାଇ ଓମ୍, ମୁଁ ପ୍ରେମୀ ମୁଁ ପାଗଳ, ୧୪୩-ଆଇ ଲଭ ୟୁ, ହିରୋ- ଏକ ପ୍ରେମ କଥା, ପ୍ରେମ ଓ୍ଵଡସ ପ୍ରିୟା, ଓମ୍ ନମଃ ଶିବାୟ, ଏଇ ମିଳନ ଯୁଗ ଯୁଗର, ପହିଲି ରାଜ, ଶ୍ୱଶର ଘର ଜିନ୍ଦାବାଦ, ମୁଁ କ'ଣ ଏତେ ଖରାପ, ଆଖି ପଲକରେ ତୁ , ଶତ୍ରୁ ସଂହାର ଏବଂ ଆରେ ସାଥୀ ଆ , ଗଡଫାଦର୍ ଏବଂ ତୁମକୁ ଦେଖିଲାପରେ ଆଦି ସମେତ ଅନେକ ଓଡ଼ିଆ ସିନେମାରେ ଦେଖିବାକୁ ପାଇଛନ୍ତି ଦର୍ଶକ।

ସେ ମୃତ୍ୟୁ ପୂର୍ବରୁ ଆଉ କେତେ ଫିଲ୍ମରେ ଅଭିନୟ କରିଥିଲେ ଯାହା ଏଯାବତ୍ ରିଲିଜ୍ ହୋଇନାହିଁ। ଏଥିମଧ୍ୟରେ ତାଙ୍କ ଅଭିନୀତ ସିନେମା 'ଆଣ୍ଟି ନମସ୍କାର', 'ଖିଲାଡି ନମ୍ବରଓ୍ଵାନ୍' ଓ ' ବାଜି ବାଜି ବାବାଜୀ' ମୁକ୍ତି ପ୍ରତୀକ୍ଷାରେ ରହିଛି ।'

ଆଣ୍ଟି ନମସ୍କାର'ରେ ତାଙ୍କ ଅଭିନୀତ ଚରିତ୍ରର ନାମ ବି ରହିଛି ମୀନକେତନ। ଏଥିରେ ତାଙ୍କୁ ଜଣେ ରସିକିଆ ପୁଲିସ୍ ଅଧିକାରୀ ଭୂମିକାରେ ଦେଖିବାକୁ ମିଳିବ। ଅନ୍ୟପକ୍ଷରେି 'ଖିଲାଡି ନମ୍ବରଓ୍ଵାନ୍'ରେ ତାଙ୍କର ଚରିତ୍ରଟି ନେଗେଟିଭ୍। 'ବାଜି ବାଜି ବାବାଜୀ 'ରେ ବି ତାଙ୍କୁ ଦର୍ଶକ ଭେଟିବେ ଜଣେ ଦୁର୍ନୀତିଗ୍ରସ୍ତ ପୁଲିସ ଅଧିକାରୀ ଚରିତ୍ରରେ।

Dailyhunt
Top