Saturday, 02 Sep, 11.48 am ସମ୍ବାଦ

ମନୋରଞ୍ଜନ
ନିର୍ଦ୍ଦେଶକମାନେ ରିପିଟ୍ କରିନାହାନ୍ତି ଏଇ ଓଲିଉଡ ନାୟିକାଙ୍କୁ

ଭୁବନେଶ୍ୱର : ଓଡ଼ିଆ ସିନେ ଜଗତର ଲୋକପ୍ରିୟ ଅଭିନେତ୍ରୀ ପୁଷ୍ପା ପଣ୍ଡାଙ୍କ କନ୍ୟା ଅନୁଭା ଇତିମଧ୍ୟରେ ପାଞ୍ଚଟି ଓଡ଼ିଆ ଛବିରେ ଅଭିନୟ କରିସାରିଲେଣି। ତାଙ୍କୁ ପ୍ରଥମେ ଲୁଟୁ ମହାନ୍ତିଙ୍କ ପ୍ରଯୋଜିତ ତଥା ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ 'ମୁଁ ପ୍ରେମୀ ମୁଁ ପାଗଳ'ରେ ଦେଖିବାକୁ ପାଇଥିଲେ ଦର୍ଶକ। ଏଥିରେ ତାଙ୍କ ବିପକ୍ଷରେ ନାୟକ ସାଜିଥିଲେ ନବାଗତ ହରିହର ଦାଶ।

ଏହାପରେ ଅନୁଭା ନୀଳକଣ୍ଠ ଦାଶଙ୍କ ପ୍ରଯୋଜିତ ତଥା ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ 'ସୁଇଟ୍ ହାର୍ଟ'ରେ ବାବୁସାନ୍ଙ୍କ ନାୟିକା ବନିଥିଲେ। ତା'ପରେ ପୁପିନ୍ଦରଙ୍କ ପ୍ରଯୋଜିତ ତଥା ମୁରଲୀଧରଙ୍କ ନିର୍ଦ୍ଦେଶିତ 'ସମୟ ବଡ଼ ବଳବାନ'ରେ ଅଂଶୁମାନଙ୍କ ବିପକ୍ଷରେ, ଅସିତ ପତିଙ୍କ ପ୍ରଯୋଜିତ ତଥା ରଣଜିତ ବାରିକଙ୍କ ନିର୍ଦ୍ଦେଶିତ 'ରିଭେଞ୍ଜ୍'ରେ ଅଭିଷେକଙ୍କ ବିପକ୍ଷରେ ଅଭିନୟ କରିଛନ୍ତି ଅନୁଭା।

ସମ୍ପ୍ରତି ତାଙ୍କ ଅଭିନୀତ ନୂଆ ସିନେମା 'ବଜରଙ୍ଗୀ' ରିଲିଜ୍ ଅପେକ୍ଷାରେ ରହିଛି। ଏଥିରେ ମିଳିଛି ଅନୁଭାଙ୍କୁ ଅମ୍ଳାନଙ୍କ ସାଥ୍। ଶଚିକାନ୍ତ ଜେନାଙ୍କ ପ୍ରଯୋଜିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ବିନି ପଟ୍ଟନାୟକ।

ଅନୁଭାଙ୍କ କ୍ଷେତ୍ରରେ ଏକ ସଂଯୋଗ ଯେ ଏଯାବତ୍ ତାଙ୍କୁ କେହି ବି ନିର୍ଦ୍ଦେଶକ ରିପିଟ୍ କରିନାହାନ୍ତି। 'ମୁଁ ପ୍ରେମୀ ମୁଁ ପାଗଳ' ପରେ ସୁଧାଂଶୁ ମୋହନ ସାହୁ ଓ 'ସୁଇଟ୍ ହାର୍ଟ' ପରେ ସୁଶାନ୍ତ ମଣି ବେଶ୍ କେତୋଟି ଛବିର ନିର୍ଦ୍ଦେଶନା ଦେଇଛନ୍ତି। ହେଲେ ସେ ଦୁହେଁ ଅନୁଭାଙ୍କୁ ଅନ୍ୟ କୌଣସି ସିନେମାରେ ନେଇନାହାନ୍ତି।

Dailyhunt
Top