Monday, 28 Aug, 11.49 am ସମ୍ବାଦ

ମନୋରଞ୍ଜନ
ଓଲିଉଡ ନାୟକ ଦୀପକଙ୍କ ଅପେକ୍ଷା !

ଓଲିଉଡର ଜଣାଶୁଣା ନାୟକ ଦୀପକ ଅନାମ ଚରଣ ସାହୁଙ୍କ ପ୍ରଯୋଜିତ ତଥା ରଞ୍ଜନ ମିଶ୍ରଙ୍କ ଛବି 'ମନ ମୋର ପ୍ରଜାପତି'ରୁ ଓଲିଉଡରେ କ୍ୟାରିଅର ଆରମ୍ଭ କରିଥିଲେ । ଏହାପରେ ତାଙ୍କୁ 'ଫ୍ୟାମିଲି ନମ୍ବର ଓ୍ଵାନ୍', 'ଚାନ୍ଦ ନା ତୁମେ ତାରା', 'ସପନର ନାୟିକା' 'ଗଳ୍ପ ନୁହେଁ ଅଳ୍ପ ଦିନର', 'ଟିକେ ଖରା ଟିକେ ଛାଇ' ଏବଂ 'ଆଖି ଖୋଲିଲେ ତୁ ହି ତୁ', ଆଦି ଓଡ଼ିଆ ଚଳଚ୍ଚିତ୍ରରେ ଦେଖିବାକୁ ପାଇଛନ୍ତି ଦର୍ଶକା

ତାଙ୍କ ଅଭିନୀତ ଗୋଟିଏ ଛବି ର କାମ ପ୍ରାୟ ଚାରି ବର୍ଷ ହେବ ସରିଥିଲେ ହେଁ ତାହା ପରଦାକୁ ଆସିପାରିନାହିଁ। ଏହାର ନାମ ହେଲା 'ମଥାରେ ଦେଇ ପାଟ ଓଢ଼ଣି'। ଅନାମ ଚରଣ ସାହୁଙ୍କ ପ୍ରଯୋଜିତ ତଥା ରଞ୍ଜନ ମିଶ୍ରଙ୍କ ନିର୍ଦ୍ଦେଶିତ ଏହି ଛବିରେ ଦୀପକ ପାଇଥିଲେ ଦୁଇଜଣ ନାୟିକାଙ୍କ ସହ ରୋମାନସ୍ କରିବାର ସୁଯୋଗ। ଏମାନଙ୍କ ଭିତରୁ ଜଣେ ହେଲେ ନିକିତା ଏବଂ ଅନ୍ୟଜଣଙ୍କ ହେଲେଇଜି ଶୁକ୍ଳା। ସେ ଏହାର ରିଲଜ୍କୁ ଅପେକ୍ଷା କରିଛନ୍ତି ।

Dailyhunt
Top