Saturday, 12 Aug, 7.46 am ସମ୍ବାଦ

ମନୋରଞ୍ଜନ
ଓଲିଉଡରେ ଏଣ୍ଟ୍ରି ନେବା ପୂର୍ବରୁ କନ୍ନଡ ଫିଲ୍ମରେ କାମ କରିଥିଲେ ଏହି ନାୟିକା

ଭୁବନେଶ୍ୱର : ଓଲିଉଡକୁ ଅନେକ ସମୟରେ ବଙ୍ଗୀୟ ଯୁବତୀମାନେ ଆସି ନାୟିକା ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ହାତଗଣତି ବଙ୍ଗୀୟ ନାୟିକା ବେଶ୍ ସଫଳ ହୋଇଛନ୍ତି। ଅଧିକାଂଶ ଗୋଟିଏ, ଦୁଇଟି ଓଡ଼ିଆ ଛବିରେ କାମ କରି ଫେରିଯାଆନ୍ତି। ହେଲେ ଏ କ୍ଷେତ୍ରରେ ଟିକେ ବ୍ୟତିକ୍ରମ ହେଲେ ମେଘା ଘୋଷ୍।

ମେଘା ରାହତ କୁଦ୍ଦୁଶୀଙ୍କ ପ୍ରଯୋଜିତ ତଥା ନିର୍ଦ୍ଦେଶିତ ଓଡ଼ିଆ ସିନେମା 'ଲଭ ଡଟ୍ କମ୍' ଜରିଆରେ ଓଲିଉଡରେ ଏଣ୍ଟ୍ରି ନେଇଥିଲେ। ଏହି ଫିଲ୍ମରେ ସବ୍ୟସାଚୀ ଥିଲେ ମେଘାଙ୍କର ନାୟକ। ଏହି ସିନେମାରେ ମେଘା ବେଶ୍ ପ୍ରଭାବଶାଳୀ ଅଭିନୟ କରି ଓଡ଼ିଆ ପ୍ରଯୋଜକ, ନିର୍ଦ୍ଦେଶକଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିପାଇଁ ଏହାପରେ ସେ 'ହରି ଓମ୍ ହରି', 'ଦୋସ୍ତି', 'ମୋଷ୍ଟ୍‍ ଓ୍ଵାଣ୍ଟେଡ୍', 'ଲୁଚକାଳି', 'ମୁଁ ଆଶିକ୍ ଆଓ୍ଵାରା', 'ଚାନ୍ଦିନୀ ଆଇ ମିସ୍ ୟୁ' ଆଦି ଓଡ଼ିଆ ଛବିରେ ଲିଡ୍ ରୋଲ କରିଛନ୍ତି।

ତେବେ ଆପଣ କ'ଣ ଜାଣନ୍ତି କି ମେଘା ଓଲିଉଡରେ ପ୍ରବେଶ କରିବା ପୂର୍ବରୁ ଏକ କନ୍ନଡ ସିନେମାରେ ଅଭିନୟ କରିଥିଲେ। ଏହା ୨୦୦୮ରେ ରିଲିଜ୍ ହୋଇଥିଲା। ଶଶାଙ୍କ (ରାଜ୍)ଙ୍କ ନିର୍ଦ୍ଦେଶିତ ଏହି କନ୍ନଡ ସିନେମାରେ ୟସସ୍ ନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ।

Dailyhunt
Top