Friday, 25 Aug, 10.49 am ସମ୍ବାଦ

ମନୋରଞ୍ଜନ
ରୀୟା : କେବେ ନୂଆ କେବେ ପୁରୁଣା !

ଏବର୍ଷ ଓଲିଉଡ୍ର ଜଣାଶୁଣା ନାୟିକା ରୀୟା ଦେ ଏଯାବତ୍ ମାତ୍ର ଗୋଟିଏ ସିନେମାରେ ନଜର ଆସିଛନ୍ତି । ଏହା ହେଲା 'କଥା ଦେଲି ମଥା ଛୁଇଁ'। ଏହି ଛବିରେ ସେ ତାଙ୍କର ଜଣେ ପୁରୁଣା ଅନସ୍କ୍ରିନ୍ ଯୋଡିଦାର ଅଭିଷେକଙ୍କ ସହ ପୁଣି ଥରେ ରୋମାନସ୍ କରିବାର ସୁଯୋଗ ପାଇଥିଲେ । ଗତ ବର୍ଷ ଓଲିଉଡ୍ର ଏହି ହଟ୍ ନାୟିକା ରୀୟା ଦେଙ୍କୁ ମାତ୍ର ତିନିଟି ଓଡ଼ିଆ ଛବିରେ ଦେଖିବାକୁ ମିଳିଥଲା । ଏଗୁଡ଼ିକ ହେଲା 'ତୁ ଯେ ସେଇ','ଚୁପ୍ ଚୁପ୍ ଚୋରି ଚୋରି' ଏବଂ 'ତୋର ଦିନେକୁ ମୋର ଦିନେ' । ଏଥିମଧ୍ୟରୁ ପ୍ରଥମଟିରେ ତାଙ୍କର ନାୟକ ଥିଲେ ବାବୁସାନ୍ ।

ପୂର୍ବରୁ ବାବୁସାନଙ୍କ ସହିତ ରୀୟା 'ପ୍ରେମ ଅଢ଼େଇ ଅକ୍ଷର' ଏବଂ 'ଲଭ୍ ମାଷ୍ଟର' ସିନେମାରେ ନଜର ଆସିଥିଲେ । ପ୍ରକାରାନ୍ତରେ କହିବାକୁ ଗଲେ ,ଏ ଦୁହେଁ ପରଦାରେ ବନିଥିଲେ ପ୍ରେମିକ-ପ୍ରେମିକା । ଅର୍ଥାତ୍ ପୁରୁଣା ପ୍ରେମିକଙ୍କ ସହ ପୁଣି ପରଦାରେ ରୋମାନସ୍ କରିବାକୁ ସୁଯୋଗ ପାଇଥିଲେ ରୀୟା। ଠିକ୍ ସେହିପରି ସେ ଆଉ ଜଣେ ପୁରୁଣା ପ୍ରେମିକ ଅମ୍ଳାନଙ୍କ ସହ ବି ନଜର ଆସିଥିଲେ ଫିଲ୍ମ 'ତୋର ଦିନେକୁ ମୋର ଦିନେ'ରେ । ଅମ୍ଳାନ-ରୀୟା ଯୋଡ଼ିଙ୍କୁ ପୂର୍ବରୁ ଦର୍ଶକ 'ତୁ ମୋ ଦେହର ଛାଇ', 'ଗୋଲାପି ଗୋଲାପି', 'ପାଗଳ କରିଛୁ ତୁ'ଏବଂ କଲେଜ ଟାଇମ୍ ଆଦି ସିନେମାରେ ଦେଖିବାକୁ ପାଇଥିଲେ ।

ତେବେ ରୀୟା ପ୍ରଥମ ଥର ଲାଗି ଅଭିଷେକ ଙ୍କ ବିପକ୍ଷରେ ନାୟିକା ସାଜିଥିଲେ 'ଚୁପ୍ ଚୁପ୍ ଚୋରି ଚୋରି'ରେ । ରୀୟା ପୁଣି ଜଣେ ନୂଆ ନାୟକ ମୁନ୍ନାଙ୍କ ସହ ରୋମାସ୍ କରୁଛନ୍ତି ଏକ ଅପକମିଂ ଫିଲ୍ମ' ଦିଓ୍ଵାନା ହେଲି ତୋ'ପାଇଁ ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Sambad
Top