Tuesday, 04 Jul, 11.47 am ସମ୍ବାଦ

ମନୋରଞ୍ଜନ
ସମ୍ବିତଙ୍କ ସହ ଅଙ୍କିତା

ଓଲିଉଡର ଜଣେ ଜଣାଶୁଣା ନାୟକ ହେଲେ ସମ୍ବିତ । ସେ ପ୍ରେମ େଓ୍ଵଡସ ପ୍ରିୟା, ବାଳୁଙ୍ଗାଟୋକା, ଓମ୍ , ଗଞ୍ଜା ଲଢ଼େଇ, ଚଉକା ଛକା, ବନ୍ଧନ, କଟକ-ଦ ସିଲଭର ସିଟି, ଆଶିକ୍ 'ଲେଖିଛି ନାଆଁ ତୋର'ଏବଂ ଛାତି ତଳେ ଡିଂ ଡଙ୍ଗ୍ ଇତ୍ୟାଦି ଓଡ଼ିଆ ଛବିରେ ଅଭିନୟ କରିସାରିଲେଣି ।ସମ୍ବିତ୍ ଇତିମଧ୍ୟରେ କେତେ ଜଣ ନାୟିକାଙ୍କ ବିପକ୍ଷରେ କାମ କରିସାରିଛନ୍ତି । ଏମାନଙ୍କ ମଧ୍ୟରୁ କେତେକ ନବାଗତା ବି ଅନ୍ତର୍ଭୁକ୍ତ । ଏବେ ସମ୍ବିତ୍ ଓଲିଉଡର ଅଳ୍ପ ପରିଚିତା ଜଣେ ନାୟିକା ସହ ପ୍ରଥମ ଥର ଲାଗି ସ୍କ୍ରିନ୍ ସେଆର୍ କରିଛନ୍ତି । ସେ ହେଲେ ଅଙ୍କିତା । ଦର୍ଶକ ସମ୍ବିତଙ୍କ ସହିତ ଅଙ୍କିତାଙ୍କୁ ପ୍ରଥମ ଥର ପାଇଁ ଯେଉଁ ସିନେମାରେ ଦେଖିବାକୁ ପାଇବେ, ତାହା ହେଲା ' ମନ ଖାଲି ତତେ ଚାହେଁ ' । ଏହାର ନିର୍ଦ୍ଦେଶକ ହେଲେ ନିମାଇଁ ଓଝା । ଏହି ସିନେମାରେ ସମ୍ବିତ- ଅଙ୍କିତାଙ୍କ ପ୍ରେମ କାହାଣୀ ଦେଖିବାକୁ ମିଳିବ । ଏହା ଏକ ଲଭ୍ଷ୍ଟୋରି । କୁହାଯାଉଛି ଯେ ଫିଲ୍ମରେ ସମ୍ବିତଙ୍କ ଭୂମିକାଟି ଯେମିତି ଦମଦାର୍, ଅଙ୍କିତାଙ୍କ ଅଭିନୀତ ଚରିତ୍ରଟି ବି ସେମିତି ବଳିଷ୍ଠ । ଏହି ସିନେମାରେ ଅନୀତା ଦାସଙ୍କୁ ବି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ ।

ମନ ଖୋଲି ତତେ ଚାହେଁ, ପୂର୍ବରୁ ଅଙ୍କିତା ଶ୍ରୀକାନ୍ତ ଗୌତମଙ୍କ ନିର୍ଦ୍ଦେଶିତ ଓଡ଼ିଆ ଛବି 'ମିଠା ମିଠା' ରେ ଲିଡ ରୋଲରେ ନଜର ଆସିଥିଲେ ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Sambad
Top