ସୂଚନା ଅନୁଯାୟୀ, ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାମାନଙ୍କୁ ଦିଆଯାଉଥିବା ଖାଦ୍ୟରୁ ମଲା ଝିଟିପିଟି ବାହାରିବା ଦେଖିବାକୁ ମିଳିଛି। ଜଣେ ପିଲା ଡାଲି ଖାଇବା ପାଇଁ ହାତ ପୁରାଇବା ପରେ ପ୍ରଥମେ ବିଲାତି ବାଇଗଣ (ଆଳୁ) ବୋଲି ଭ୍ରମ ହୋଇଥିଲା। କିନ୍ତୁ ଯେତେବେଳେ ସେ ତାହାକୁ ଉପରକୁ ଟେକି ଦେଖିଲା, ସେତେବେଳେ ତାହା ମଲା ଝିଟିପିଟି ବୋଲି ଚିହ୍ନଟ ହୋଇଥିଲା।
ଏହି ଦୃଶ୍ୟ ଦେଖି ଅଭିଭାବକମାନେ ତୁରନ୍ତ ପିଲାମାନଙ୍କୁ ସିମୁଳିଆ ମେଡ଼ିକାଲକୁ ନେଇ ଆସିଥିଲେ।
ଖବର ପାଇବା ପରେ ଅଭିଭାବକମାନେ ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ଉତ୍ତେଜନା ପ୍ରକାଶ କରିବା ସହ ପିଲାମାନଙ୍କ ସୁରକ୍ଷା ପ୍ରତି ପ୍ରଶ୍ନ ଉଠାଇଛନ୍ତି। ଏବେ ସମସ୍ତ ଗୁରୁତର ପିଲାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା ଜାରି ରହିଛି। ଡାକ୍ତରମାନେ ସେମାନଙ୍କ ଅବସ୍ଥା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ପ୍ରଶାସନ ଓ ଶିକ୍ଷା ବିଭାଗ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

