Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଅଷ୍ଟମ ଶ୍ରେଣୀର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଟ୍ୟୁସନ ମାଷ୍ଟର ଅଟକ

ଅଷ୍ଟମ ଶ୍ରେଣୀର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଟ୍ୟୁସନ ମାଷ୍ଟର ଅଟକ

SANKET TV 15 hrs ago

ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ମନରେଗା ସ୍କିମରେ ଗାଁ ସାଥି ଭାବେ କାର୍ଯ୍ୟ କରୁଥିବା ସହ ଗାଁରେ ଟ୍ୟୁସନ କରାଉଥିଲେ। ଟ୍ୟୁସନ୍ ସାର୍ ଛାତ୍ରୀଙ୍କୁ ପାଠ ପଢ଼ାଉଥିବା ବେଳେ ସୁଯୋଗ ଦେଖି ଏହି ଜଘନ୍ୟ କାଣ୍ଡ ଘଟାଇଥିଲେ। ଏଭଳି ଘୃଣ୍ୟ କାର୍ଯ୍ୟ ଶିକ୍ଷକ ନାଁରେ ଏକ ଅମାର୍ଜନା କଳଙ୍କ ପାଲଟିଛି।

ଛାତ୍ରୀ ଜଣକ ଏହି ଘଟଣା ବିଷୟରେ ନିଜ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ପକ୍ଷରୁ କମର୍ଦ୍ଦା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା।

ଅଭିଯୋଗକୁ ଭିତ୍ତି କରି କମର୍ଦ୍ଦା ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଆକ୍ରୋଶ ପ୍ରକାଶ ପାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Sanket TV