Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କୋଟିଆ ପ୍ରସଙ୍ଗରେ ମୁହାଁମୁହିଁ ବିଜେଡି ଓ ବିଜେପି

କୋଟିଆ ପ୍ରସଙ୍ଗରେ ମୁହାଁମୁହିଁ ବିଜେଡି ଓ ବିଜେପି

SANKET TV 2 days ago

ଅରୁଣ ସାହୁ କହିଛନ୍ତି ଯେ କୋଟିଆ ହେଉଛି ଓଡ଼ିଆ ଅସ୍ମିତାର ଏକ ଉଦାହରଣ। ଅଢ଼େଇ ବର୍ଷରେ ଓଡ଼ିଆ ଅସ୍ମିତାକୁ ବିଜେପି ସରକାର କେତେ ବଞ୍ଚାଇଛନ୍ତି ତାହା କୋଟିଆ ପ୍ରସଙ୍ଗରେ ସ୍ପଷ୍ଟ ବାରି ହୋଇପଡ଼ୁଛି। କୋଟିଆ ପାଇଁ ରାଜ୍ୟ ସରକାର କମିଟି ଗଠନ କରିଥିଲେ। ସେ କମିଟିରେ କେତେ ଥର ବୈଠକ ବସିଛି? ବିଜେପିର ଓଡ଼ିଆ ଅସ୍ମିତା ନାରା ଏକ ଫାଙ୍କା ଆବାଜ୍।

କେନ୍ଦ୍ରରେ ସରକାର ବଞ୍ଚାଇବା ପାଇଁ ଓଡ଼ିଶା ସରକାର ଆତ୍ମସମର୍ପଣ କରିଛି। କେନ୍ଦ୍ରରେ ବିଜେପି ସରକାର, ରାଜ୍ୟରେ ବିଜେପି ସରକାର ଓ ଆନ୍ଧ୍ରରେ ଭାଗୁଆଳି ସରକାର। ହେଲେ ବିଜେପି ସରକାର ବଞ୍ଚାଇବାକୁ ମାଟି ନୁହେଁ ପାଟିକୁ ବିଜେପି ଗୁରୁତ୍ୱ ଦେଇଛି ବୋଲି କହିଛନ୍ତି ଅରୁଣ ସାହୁ।

ସେପଟେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବିଜେଡିକୁ କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ ରାଜସ୍ୱ ବିଭାଗ କୋଟିଆ ଦାୟିତ୍ୱ ନେବା ପରେ ମନ୍ତ୍ରୀ ନିଜେ ୫ ଥର କୋଟିଆ ଗସ୍ତ କରିଛନ୍ତି। ପ୍ରଥମ ଗସ୍ତରେ ସେଠାକାର ଅଧିବାସୀ ଓଡ଼ିଶା ସରକାର ପ୍ରତି ବିମୁଖ ହେଉଥିଲେ। ଗତ ୨୫ ବର୍ଷରେ ପୂର୍ବ ସରକାର କିଛି କରିନଥିଲେ। ନୂଆ ସରକାର ଆସିବା ପରେ ବିକାଶ ଆରମ୍ଭ ହୋଇଛି। କୋଟିଆବାସୀ ମାଉସୀ ଆନ୍ଧ୍ରକୁ ଛାଡ଼ି ମାକୁ ଭରସା କରିବା ଆରମ୍ଭ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଅନୁଭବୀ ଲୋକ, ଖାଲି ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଦେଲେ ହେବ ନାହିଁ। ସେ ଲେଖିଥିବା ଚିଠିର ଆମେ ଉତ୍ତର ଦେବୁ ବୋଲି ପୂଜାରୀ କହିଛନ୍ତି।

କୋଟିଆରେ ଆନ୍ଧ୍ରର ମନମାନିର ଉଚିତ୍ ଜବାବ ଦିଆଯିବ, ସେନେଇ ବୈଠକରେ ରଣନୀତି ପ୍ରସ୍ତୁତ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି। ଏଥି ସହ ଲ ସେକ୍ରେଟାରୀ ଓ ଆଡଭୋକେଟ ଜେନେରାଲଙ୍କ ସହ ମଧ୍ୟ ଆଲୋଚନା ହେବ। ଆନ୍ଧ୍ର ଯେଉଁ ନୂଆ ହଟ୍ଟଚମଟ ପ୍ରସ୍ତୁତ କରିଛି ସେନେଇ କାଉଣ୍ଟର ଯୋଜନା ପ୍ରସ୍ତୁତ କରିବା ପାଇଁ ଆଗରୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି। ସମସ୍ତଙ୍କ ମତାମତ ନେଇ ରଣକୌଶଳ ପ୍ରସ୍ତୁତ ହେବ। ଅଦାଲତସ୍ତରରେ, ରାଜନୈତିକ ସ୍ତରରେ ଓ ସାମାଜିକ ଜୀବନରେ ଯାହା କରଣୀୟ ତାହା କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Sanket TV