Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର, ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର, ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

SANKET TV 8 hrs ago

ଗତ ବୁଧବାର ସନ୍ଧ୍ୟାରେ ନାବାଳିକା ଜଣକ ତାଙ୍କର ଜଣେ ସାଙ୍ଗଙ୍କ ସହ ସ୍ଥାନୀୟ ପଶ୍ଚିମବାଡ଼ ବଜାରକୁ ଚାଟ୍ ଖାଇବାକୁ ଯାଇ ଆଉ ଘରକୁ ଫେରିନଥିଲେ। ଏହା ପରେ ପରିବାର ଲୋକେ ନିକଟସ୍ଥ ନାମ୍ପ ପୋଲିସ ଫାଣ୍ଡିରେ ଅଭିଯୋଗ କରିଥିଲେ। ସୁଲତାନପୁର ଗ୍ରାମର ଜଣେ ଯୁବକ ତାଙ୍କୁ ଅପହରଣ କରିଥିବା ନେଇ ପରିବାର ଲୋକେ ଅଭିଯୋଗରେ ଦର୍ଶାଇଥିଲେ।

ପରିବାରର ଆରୋପ ମୁତାବକ, ପୋଲିସ ଉକ୍ତ ଯୁବକକୁ ଅଟକ ରଖିଥିଲା, କିନ୍ତୁ ପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ବା ନାବାଳିକାଙ୍କୁ ନଖୋଜି ତାକୁ ଛାଡି ଦେଇଥିଲା।

ଗୁରୁବାର ଦିନ ହେରାପଦା ସ୍ଥିତ ଧାନ ବିଲ ଭିତରୁ ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତଦେହ ପଡ଼ିଥିବା ସ୍ଥାନରୁ କିଛି ଦୂରରେ ନାବାଳିକାଙ୍କ ଚପଲ ଏବଂ ଓଢ଼ଣୀ ପଡିଥିବା ଦେଖିବାକୁ ମିଳିଥିଲା, ଯାହାକୁ ଦେଖି ପରିବାର ଲୋକେ ତାଙ୍କୁ ଚିହ୍ନଟ କରିଥିଲେ। ଝିଅଟିର ମୁହଁ, ଛାତି ଏବଂ ପେଟରେ ପୋଡ଼ା ଦାଗ ରହିଥିବା ଦେଖିବାକୁ ମିଳିଛି।

ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯିବା ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ତାଙ୍କ ଦେହରେ ପେଟ୍ରୋଲ ଢାଳି ଜାଳି ଦିଆଯାଇଥିବା ବୋଲି ପରିବାର ଲୋକେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ଏବଂ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

ଏହି ଜଘନ୍ୟ ଅପରାଧରେ ସମ୍ପୃକ୍ତ ଥିବା ଦୋଷୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି। ପୋଲିସ ଘଟଣାର ତୀବ୍ର ତଦନ୍ତ ଚଳାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Sanket TV