Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଓଡ଼ିଶା ବନ୍ୟା ପୀଡ଼ିତଙ୍କ ପାଇଁ ରିଲିଫ୍ ପ୍ୟାକେଜ୍ ଘୋଷଣା

ଓଡ଼ିଶା ବନ୍ୟା ପୀଡ଼ିତଙ୍କ ପାଇଁ ରିଲିଫ୍ ପ୍ୟାକେଜ୍ ଘୋଷଣା

SANKET TV 3 weeks ago

ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ପ୍ରସଙ୍ଗରେ ସୂଚନା ଦେଇ କହିଛନ୍ତି ଯେ, ଯେଉଁ ଅଞ୍ଚଳରୁ ବନ୍ୟା ଜଳ କମିଯାଇଛି, ସେଠାରେ ରାଜସ୍ୱ ଏବଂ କୃଷି ବିଭାଗର ଅଧିକାରୀମାନେ କ୍ଷୟକ୍ଷତିର ବିସ୍ତୃତ ଆକଳନ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ଘର ପାଇଁ ପ୍ରତ୍ୟେକ ପରିବାରକୁ ୧.୨୦ ଲକ୍ଷ ଟଙ୍କା ଦିଆଯିବାକୁ ଥିବା ବେଳେ, ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା କଚ୍ଚା ଘର ପାଇଁ ୪,୦୦୦ ଟଙ୍କା ଏବଂ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା କୁଡ଼ିଆ ଘର ପାଇଁ ୮,୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ।

ସଂପୂର୍ଣ୍ଣ ପାଣି ନିଷ୍କାସନ ହୋଇଥିବା ସ୍ଥାନରେ ଆକଳନ ଆରମ୍ଭ ହୋଇଛି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ।

ସେହିପରି ବନ୍ୟାରେ ଫସଲ ନଷ୍ଟ ହୋଇଥିବା କ୍ଷତିଗ୍ରସ୍ତ ଚାଷୀଙ୍କୁ ମଧ୍ୟ ସରକାର ସହାୟତା ଯୋଗାଇଦେବେ। କ୍ଷତିଗ୍ରସ୍ତ ଚାଷୀମାନେ ହେକ୍ଟର ପିଛା ୮,୫୦୦ ଟଙ୍କା ପାଇବେ।

ସରକାରୀ ରିପୋର୍ଟ ଅନୁଯାୟୀ, ଏହି ବନ୍ୟା ଯୋଗୁଁ ରାଜ୍ୟର ୨୨ଟି ଜିଲ୍ଲାର ୮୫ଟି ବ୍ଲକ୍ ଏବଂ ୧,୪୫୮ଟି ଗ୍ରାମ ବିଶେଷ ଭାବେ ପ୍ରଭାବିତ ହୋଇଥିବା ବେଳେ ସମୁଦାୟ ୮,୬୩,୯୦୯ ଜଣ ଲୋକ ଏହା ଦ୍ୱାରା ଦୁର୍ଦ୍ଦଶା ଭୋଗୁଛନ୍ତି।

ବନ୍ୟାରେ ୨ ଲକ୍ଷ ୬୭ ହଜାର ୩୦୧ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିଲା ଏବଂ ୫୨୯ ରିଲିଫ କ୍ୟାମ୍ପ ପରିଚାଳିତ ହୋଇଥିଲା। ଏକ ସାମ୍ବାଦିକ ସମ୍ମିଳନୀ କରି ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ପ୍ରଦାନ କରିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Sanket TV