Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଓଡ଼ିଶାର ଚାରି ବ୍ୟକ୍ତିତ୍ୱଙ୍କୁ ମିଳିଲା ପଦ୍ମଶ୍ରୀ ସମ୍ମାନ

ଓଡ଼ିଶାର ଚାରି ବ୍ୟକ୍ତିତ୍ୱଙ୍କୁ ମିଳିଲା ପଦ୍ମଶ୍ରୀ ସମ୍ମାନ

SANKET TV 13 hrs ago

ହି ପର୍ଯ୍ୟାୟରେ ଓଡ଼ିଶାର ୩ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ସାହିତ୍ୟ, ଶିକ୍ଷା ଓ କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେମାନଙ୍କୁ ଏହି ପ୍ରତିଷ୍ଠିତ ସମ୍ମାନ ପ୍ରଦାନ କରାଯାଇଛି। ସେମାନେ ହେଲେ ମହେନ୍ଦ୍ର କୁମାର ମିଶ୍ର (ସାହିତ୍ୟ ଓ ଶିକ୍ଷା) , ଚରଣ ହେମ୍ବ୍ରମ (ସାହିତ୍ୟ ଓ ଶିକ୍ଷା), ଶରତ ଚନ୍ଦ୍ର ପାତ୍ର (କଳା) ଓ ସୀମାଞ୍ଚଳ ପାତ୍ର (କଳା)।

ଡକ୍ଟର ମହେନ୍ଦ୍ର କୁମାର ମିଶ୍ର ଜଣେ ପ୍ରତିଷ୍ଠିତ ଭାଷାବିତ୍ । ସେ ୟୁନେସ୍କୋ ଅନ୍ତର୍ଜାତୀୟ ମାତୃଭାଷା ପୁରସ୍କାର ସମେତ ଏକାଧିକ ସମ୍ମାନରେ ଭୂଷିତ । ବିଶ୍ୱସ୍ତରରେ ବହୁଭାଷୀ ଶିକ୍ଷଣ କ୍ଷେତ୍ରରେ ତାଙ୍କର ଅବଦାନ ସର୍ବବିଦିତ । ସେ ଜାତୀୟ ସ୍ତରରେ ମଧ୍ୟ ବହୁଭାଷୀ ଶିକ୍ଷା କ୍ଷେତ୍ରରେ ନିରନ୍ତର ଓ ପ୍ରଭାବଶାଳୀ ଅବଦାନ ଦେଇଆସୁଛନ୍ତି । ଓଡ଼ିଶା ସରକାରଙ୍କ ବହୁଭାଷୀ ଶିକ୍ଷା ରାଜ୍ୟ ସମନ୍ଵୟକର୍ତ୍ତା, ଛତିଶଗଡ଼ରେ ଆଇସିଆଇସିଆଇ ଫାଉଣ୍ଡେସନ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ, ଏବଂ ବର୍ତ୍ତମାନ କେନ୍ଦ୍ର ସାହିତ୍ୟ ଅକାଦେମୀର ଭାଷା ବିକାଶ ବୋର୍ଡର ପରାମର୍ଶଦାତା ତଥା ଏଲଏଲଏଫରେ ବହୁଭାଷୀ ଶିକ୍ଷା ପରାମର୍ଶଦାତା ଭାବରେ ସେ କାର୍ଯ୍ୟ କରୁଛନ୍ତି ।ଭାରତୀୟ ଆଦିବାସୀ ବିଦ୍ୟାଳୟରେ ବହୁଭାଷୀ ଶିକ୍ଷା ସମେତ ବିଭିନ୍ନ ବିଷୟରେ ସେ ଅନେକ ଗ୍ରନ୍ଥ ରଚନା କରିଛନ୍ତି ।

ଶ୍ରୀ ଚରଣ ହେମ୍ବ୍ରମ ଜଣେ ବିଶିଷ୍ଟ ସାନ୍ତାଳୀ (ଓଲ ଚିକି) ଶିକ୍ଷାବିତ୍ ଏବଂ ସାଂସ୍କୃତିକ କର୍ମୀ। ଓଡ଼ିଶାରେ ସାନ୍ତାଳୀ ଭାଷା, ସାହିତ୍ୟ ଏବଂ ସଂସ୍କୃତିର ପ୍ରଚାର ଓ ପ୍ରସାରରେ ତାଙ୍କର ଅତୁଳନୀୟ ଅବଦାନ ରହିଛି। ୧୯୫୨ ଫେବୃଆରୀ ୯ ତାରିଖରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅନ୍ତର୍ଗତ ନୁଙ୍ଗନ ଗ୍ରାମରେ ତାଙ୍କର ଜନ୍ମ ହୋଇଥିଲା।

ଶରତ ଚନ୍ଦ୍ର ପାତ୍ର ଇକତ ଓ ବାନ୍ଧକଳାରେ ନିପୁଣତା ହାସଲ କରିଥିବା ଜଣେ ପ୍ରତିଭାବାନ ଦସ୍ତତନ୍ତ ବୁଣାକାର। ସେ କଟକ ନୂଆପାଟଣା ମାଣିଆବନ୍ଧ ଅଞ୍ଚଳର ବାସିନ୍ଦା। ସେହିପରି ସୀମାଞ୍ଚଳ ପାତ୍ର ଗଞ୍ଜାମ ଅଞ୍ଚଳର ଜଣେ ପ୍ରସିଦ୍ଧ ଲୋକ କଳାକାର ଭାବରେ ପରିଚିତ। ଉଭୟଙ୍କୁ କଳା କ୍ଷେତ୍ରରେ ଅବଦାନ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଗତ ମେ ୨୫ ତାରିଖରେ ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହି ପର୍ଯ୍ୟାୟରେ ଓଡ଼ିଶାର ବିଶିଷ୍ଟ ଭାଷାବିତ୍ ତଥା ଶିକ୍ଷାବିତ୍ ଡକ୍ଟର ମହେନ୍ଦ୍ର ମିଶ୍ର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ।

ଆଜିର ସମାରୋହରେ ରାଷ୍ଟ୍ରପତି ପ୍ରସିଦ୍ଧ ପ୍ଲେୟବ୍ୟାକ୍ ଗାୟିକା ଅଳକା ୟାଗନିକ୍ ଏବଂ ମାଲାୟଲମ ସୁପରଷ୍ଟାର ମାମୁଟିଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରିଛନ୍ତି। ଏଥିସହିତ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କୁ ମରଣୋତ୍ତର ପଦ୍ମଭୂଷଣ ସମ୍ମାନ ପ୍ରଦାନ କରାଯାଇଛି। ଆଜି ସମୁଦାୟ ୨ ଜଣଙ୍କୁ ପଦ୍ମ ବିଭୂଷଣ, ୭ ଜଣଙ୍କୁ ପଦ୍ମଭୂଷଣ ଏବଂ ୫୬ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Sanket TV