Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଓସିଏ ନିର୍ବାଚନ ମାମଲା: ଆସନ୍ତା ୧ ତାରିଖରେ ପରବର୍ତ୍ତୀ ଶୁଣାଣି

ଓସିଏ ନିର୍ବାଚନ ମାମଲା: ଆସନ୍ତା ୧ ତାରିଖରେ ପରବର୍ତ୍ତୀ ଶୁଣାଣି

SANKET TV 3 weeks ago

ଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ହାଇକୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧ ତାରିଖ (ମଙ୍ଗଳବାର) ଦିନ ପାଇଁ ଧାର୍ଯ୍ୟ କରିଛନ୍ତି। ଆଜିର ଶୁଣାଣିରେ କୌଣସି ନିର୍ଦ୍ଦେଶ ଦେଇ ନଥିବା ବେଳେ, କୋର୍ଟ ସମସ୍ତ ଯୁକ୍ତିକୁ ବିଚାର କରି ପରବର୍ତ୍ତୀ ତାରିଖ ରଖିଛନ୍ତି।

ଓସିଏ ପକ୍ଷରୁ କୋର୍ଟକୁ ଅବଗତ କରାଯାଇଛି ଯେ, ନିର୍ବାଚନ ସ୍ଥଗିତ ରଖିବା ଏବଂ ବର୍ତ୍ତମାନର କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ନିଷ୍ପତ୍ତି ସଂସ୍ଥାର ସାଧାରଣ ପରିଷଦ ବୈଠକରେ ବହୁମତ ଆଧାରରେ ଗୃହୀତ ହୋଇଛି।

ସେମାନେ ଦର୍ଶାଇଛନ୍ତି ଯେ, ଓସିଏ ଏକ ସ୍ୱୟଂଶାସିତ ସୋସାଇଟି ହୋଇଥିବାରୁ ଏହାର ଆଭ୍ୟନ୍ତରୀଣ ନିଷ୍ପତ୍ତି ବିରୋଧରେ ସିଧାସଳଖ ହାଇକୋର୍ଟରେ ରିଟ୍ ପିଟିସନ୍ ଦାଖଲ କରାଯାଇ ପାରିବ ନାହିଁ।

ଟକସ୍ଥିତ ସନରାଇଜ୍ କ୍ଲବ୍ ଏବଂ ଓସିଏ କାଉନସିଲ ସଦସ୍ୟ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ପକ୍ଷରୁ ଦାୟର କରାଯାଇଥିବା ଏହି ଆବେଦନରେ ଓସିଏ ନିର୍ବାଚନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚାଇବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଛି। ଆବେଦନକାରୀଙ୍କ ଅଭିଯୋଗ ଯେ, ସମୟସୀମା ଶେଷ ହେବା ସତ୍ତ୍ୱେ ନିର୍ବାଚନ ନ କରାଇ ପଦବୀ ବଜାୟ ରଖିବା ନିୟମ ବିରୁଦ୍ଧ।

ଏହି ମାମଲାରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପୂର୍ବରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରି ସ୍ପଷ୍ଟ କରିସାରିଛି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ, ଲୋଧା କମିଟି ସୁପାରିସ ଏବଂ ନିଜସ୍ୱ ବାଇ-ଲ' ଅନୁଯାୟୀ ଓସିଏ ତୁରନ୍ତ ନିର୍ବାଚନ କରାଇବା ଆବଶ୍ୟକ। ଏହାପରେ ଆସନ୍ତା ୧ ତାରିଖରେ କୋର୍ଟ ଏହି ମାମଲାରେ କ'ଣ ନିର୍ଦ୍ଦେଶ ଦେଉଛନ୍ତି, ସେଥିପ୍ରତି ସମସ୍ତଙ୍କ ନଜର ରହିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Sanket TV