Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ୭ ଦିନିଆ ଝୁଲଣ ଯାତ୍ରା

ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ୭ ଦିନିଆ ଝୁଲଣ ଯାତ୍ରା

SANKET TV 1 day ago

ମଗ୍ର ମୁକ୍ତି ମଣ୍ଡପକୁ ପାରମ୍ପରିକ ସୋଲ ଓ ଜରି ଜମ୍ବୁରା କାର୍ଯ୍ୟରେ କାଠ ନିର୍ମିତ ଝୁଲା ସଜାଯାଇ ଏକ କୁଞ୍ଜ ନିର୍ମାଣ କରାଯିବ । ଏହି କୁଞ୍ଜକୁ ସୁନ୍ଦର ଆଲୋକ ମାଳାରେ ସଜ୍ଜିତ କରାଯିବା ସହ କୁଞ୍ଜରେ ମଦନ ମୋହନ, ଭୂଦେବୀ ଓ ଶ୍ରୀଦେବୀଙ୍କ ବିଜେ କରାଇବାର ପରମ୍ପରା ରହିଛି । ମଣ୍ଡପ ତଳେ ଭୀମ, ଅର୍ଜୁନଙ୍କ ଶୋଭା ମଣ୍ଡନ କରାଯିବା ସହ ଦୁଇ ପାର୍ଶ୍ୱରେ କାଳୀୟଦଳନ ଓ କୃଷ୍ଣ ଜନ୍ମର ଲୀଳା ପ୍ରଦର୍ଶିତ ହୋଇଥାଏ ।

ଝୁଲଣ କୁଞ୍ଜରେ ବିଭିନ୍ନ ପକ୍ଷୀଙ୍କ ବିରାଜମାନ ଦୃଶ୍ୟ ସମସ୍ତଙ୍କୁ ଆକର୍ଷିତ କରିଥାଏ ।

ଶ୍ରୀ ଜଗନ୍ନାଥ ବଲ୍ଲଭ ମଠ ସମେତ ଶ୍ରୀକ୍ଷେତ୍ରରେ ଥିବା ଅନେକ ଛୋଟ ବଡ଼ ମଠରେ ଏହି ଝୁଲଣ ଯାତ୍ରାକୁ ମହା ଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ । ଏହି ଅବସରରେ ବିଭିନ୍ନ ସ୍ଥାନରେ ପାରମ୍ପରିକ ଚମ୍ପୁ, ଛନ୍ଦ ଓ ପୂରାତନ ଝୁଲଣର ରାସ ଗୀତ ପରିବେଷଣ କରାଯାଇଥାଏ ।

ଜଗନ୍ନାଥ ବଲ୍ଲଭ ମଠରେ ଚଳିତ ବର୍ଷ ଅନେକ ନୂଆ ସାଜ ତିଆରି ହୋଇଛି । ଦ୍ୱାପର ଯୁଗ ଆଧାରିତ ଶ୍ରୀକୃଷ୍ଣଙ୍କ ଲୀଳା ଓ ପ୍ରକୃତିର ରଙ୍ଗ ରୂପକୁ ନେଇ ବିଶେଷ ପ୍ରସ୍ତୁତି କରାଯାଇଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Sanket TV