Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ତ୍ରିକୋଣୀୟ ପ୍ରେମରୁ ହତ୍ୟାକାଣ୍ଡ: ଥାର୍ ଚଢ଼ାଇ ଯୁବକଙ୍କୁ ହତ୍ୟା, ୬ ଗିରଫ

ତ୍ରିକୋଣୀୟ ପ୍ରେମରୁ ହତ୍ୟାକାଣ୍ଡ: ଥାର୍ ଚଢ଼ାଇ ଯୁବକଙ୍କୁ ହତ୍ୟା, ୬ ଗିରଫ

SANKET TV 1 week ago

ହି ମାମଲାରେ ଚନ୍ଦ୍ରଶେଖର ପୋଲିସ ଦଳ ଆଜି (ଶନିବାର) ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିସହ ଅପରାଧରେ ବ୍ୟବହୃତ ଥାର୍ (OD14Z2338) ଓ ଗୋଟିଏ ସ୍କୁଟି ଜବତ କରିଛି। ଅଭିଯୁକ୍ତମାନେ ହେଲେ ବାପୁନି ଓରଫ ବ୍ରହ୍ମାନନ୍ଦ ଦାସ, ଚିଦାନନ୍ଦ ଦାସ, ଆଶିଷ ଦେହୁରୀ, ସ୍ୱସ୍ତିକ ଭରଦ୍ବାଜ, ସୁରଜ ବିଶ୍ୱକର୍ମା ଓ ଶ୍ରୀଧର ନାୟକ। ଏହି ଯୋଜନାବଦ୍ଧ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ସୁରଜ ବିଶ୍ୱକର୍ମା ବୋଲି ଜଣାପଡ଼ିଛି।

ଅପରାଧରେ ବ୍ୟବହୃତ ଥାର୍ର ମାଲିକ ବାପୁନି ଓରଫ ବ୍ରହ୍ମାନନ୍ଦ ଦାସ ଅଟନ୍ତି ଓ ତାଙ୍କର ଏକ ଲସି ଦୋକାନ ମଧ୍ୟ ରହିଛି। ଅଭିଯୁକ୍ତମାନେ ଶୈଳେଶ୍ରୀ ବିହାର ଅଞ୍ଚଳର ବୋଲି ସୂଚନା ମିଳିଛି।

ବରୁଣଙ୍କ ପ୍ରେମିକାଙ୍କୁ ପୂର୍ବରୁ ପ୍ରେମ କରୁଥିବା ସୁରଜ ବିଶ୍ୱକର୍ମା ହିଁ ହତ୍ୟାକାଣ୍ଡର ମୁଖ୍ୟ ଖଳନାୟକ। ସେ ହିଁ ଅନ୍ୟମାନଙ୍କ ସହ ମିଶି ଏହି ଜଘନ୍ୟ କାଣ୍ଡ ଘଟାଇଥିବା ଡିସିପି ଜଗମୋହନ ମିନା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଡିସିପିଙ୍କ ସୂଚନା ଅନୁଯାୟୀ, ତ୍ରିକୋଣୀୟ ପ୍ରେମକୁ ନେଇ ବରୁଣ ଓ ସୁରଜ ମଧ୍ୟରେ ବିବାଦ ରହି ଆସିଥିଲା।

ରାତି ପ୍ରାୟ ୨ଟା ସମୟରେ ବରୁଣ କୁମାର ରାଉତରାୟ (ମୃତ) ତାଙ୍କ ସହଯୋଗୀମାନଙ୍କ ସହ ଶୈଳଶ୍ରୀବିହାରସ୍ଥିତ ମହିମା ଜୁସ୍ ସେଣ୍ଟରକୁ ଯାଇଥିଲେ। ସେଠାରେ ଅଭିଯୁକ୍ତ ସୂରଜ ବିଶ୍ୱକର୍ମା ଏବଂ ତାଙ୍କର ଅନ୍ୟ ସହଯୋଗୀମାନେ ଥିଲେ। ପ୍ରଥମେ ଉଭୟ ପକ୍ଷ ମଧ୍ୟରେ ଆପୋଷ ସମାଧାନ ହୋଇଥିଲା। ଏହା ପରେ ବରୁଣ ତାଙ୍କ ସହଯୋଗୀମାନଙ୍କ ସହ ସେଠାରୁ ଚାଲିଯାଇଥିଲେ। କିନ୍ତୁ କିଛି ସମୟ ପରେ ସେମାନେ ପୁନର୍ବାର ଘଟଣାସ୍ଥଳକୁ ଫେରି ଆସିବାରୁ ଉଭୟ ପକ୍ଷ ମଧ୍ୟରେ ପ୍ରବଳ ବଚସା ହେବା ସହ ଆକ୍ରମଣ ଓ ପ୍ରତିଆକ୍ରମଣ ଘଟିଥିଲା।

ଏହା ପରେ ଅଭିଯୁକ୍ତ ସୁରଜ ଅନ୍ୟ ସହଯୋଗୀଙ୍କ ସହ ଥାର୍ ଏବଂ ଗୋଟିଏ ସ୍କୁଟିରେ ବରୁଣଙ୍କ ପିଛା କରିଥିଲା। ଚନ୍ଦ୍ରଶେଖରପୁର ଆଚାର୍ଯ୍ୟ ହରିହର କଲେଜ ଛକ ନିକଟରେ ବରୁଣଙ୍କ ବାଇକକୁ ଥାର୍ ଧକ୍କା ଦେଇଥିଲା। ଫଳରେ ବରୁଣଙ୍କ ମୃତ୍ୟୁ ଘଟିଛି। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆହତମାନଙ୍କୁ ପଚରାଉଚରା ପରେ ଘଟଣା ପଛର ରହସ୍ୟ ପଦାକୁ ଆସିଥିଲା ବୋଲି ଡିସିପି କହିଛନ୍ତି।

ଡିସିପି କହିଛନ୍ତି ଯେ, ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ପରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତମାନେ କ୍ରିକେଟ ଷ୍ଟମ୍ପ୍ ନେଇ ସଂଘବଦ୍ଧ ଭାବେ ପିଟି ମାରିବା ଉଦ୍ୟମ କରିଥିଲେ। ଏହା ପରେ ଝଗଡ଼ା ହେବା ପରେ ଜାଣିଶୁଣି ଥାର୍ ଚଢ଼ାଇଥିଲେ। ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀ ମଧ୍ୟ ରହିଛନ୍ତି ବୋଲି ଡିସିପି କହିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Sanket TV