Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

୫୯ ବର୍ଷ ପରେ ତାମିଲନାଡୁରେ ସରକାରରେ ସାମିଲ୍ ହେବ କଂଗ୍ରେସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୫୯ ବର୍ଷ ପରେ ତାମିଲନାଡୁରେ ସରକାରରେ ସାମିଲ୍ ହେବ କଂଗ୍ରେସ । ମୁଖ୍ୟମନ୍ତ୍ରୀ ସି ଯୋଶେଫ ନିଜ ମନ୍ତ୍ରିମଣ୍ଡଳର ବିସ୍ତାର କରିବାକୁ ଯାଉଛନ୍ତି, ଯେଉଁଥିରେ କଂଗ୍ରେସ ସାମିଲ୍ ହେବ। ଏହିପରି ଭାବେ ରାଜ୍ୟରେ ପ୍ରାୟ ୫୯ ବର୍ଷ ପରେ କଂଗ୍ରେସ ସିଧାସଳଖ ସରକାରରେ ସାମିଲ୍ ହେବ। ସୂତ୍ର ଅନୁଯାୟୀ, କଂଗ୍ରେସର ଦୁଇ ବିଧାୟକ ମନ୍ତ୍ରୀ ପଦରେ ଶପଥ ନେବେ।

ବୁଧବାର ଏହାର ସୂଚନା ଦେଇଛନ୍ତି ପାର୍ଟିର ବରିଷ୍ଠ ନେତା କେସି ବେଣୁଗୋପାଳ।ସୂତ୍ର ମୁତାବକ କଂଗ୍ରେସ ଓ ଟିଭିକେ ମଧ୍ୟରେ ସିଟ୍ ମନ୍ତ୍ରୀ ପଦ ନେଇ ସହମତି ପ୍ରକାଶ ପାଇଛି। ଏହି ଅନୁସାରେ କଂଗ୍ରେସର ଦୁଇ ଜଣ ବିଧାୟକଙ୍କୁ ବିଜୟଙ୍କ କ୍ୟାବିନେଟରେ ସ୍ଥାନ ମିଳିବ। ଏହି ପଦକ୍ଷେପ ରାଜ୍ୟ ରାଜନୀତିରେ ଏକ ନୂତନ ସମୀକରଣ ସୃଷ୍ଟି କରିପାରେ।

ସେପଟେ କଂଗ୍ରେସ ଦୀର୍ଘ ସମୟ ଧରି ତାମିଲନାଡୁରେ ଡିଏମକେ ସହ ମେଣ୍ଟ ସହଯୋଗୀ ଭାବେ ରହି ଆସଥିଲା। ହେଲେ ଦଳକୁ କେବେ ବି ସରକାରରେ ସାମିଲ୍ ହେବାର ସୁଯୋଗ ମିଳି ନ ଥିଲା। ଦ୍ରାବିଡ଼ ଦଳଗୁଡ଼ିକର ଦବଦବା ଥିବା ଏହି ରାଜ୍ୟରେ ପ୍ରଥମ ଥର କଂଗ୍ରେସ ସରକାରର ଅଂଶ ବିଶେଷ ହେବାକୁ ଯାଉଛି। ତାମିଲନାଡୁରେ କଂଗ୍ରେସ ଶେଷ ସରକାର ୧୯୬୦ ଦଶକରେ ଗଠନ କରିଥିଲା। ଏହାପରେ ପ୍ରାୟ ସବୁ ସମୟରେ ଦଳ ଆଞ୍ଚଳିକ ଶକ୍ତି DMK କିମ୍ବା AIADMK ସହ ମେଣ୍ଟ କରି ନିର୍ବାଚନ ଲଢ଼ିଥିଲେ ମଧ୍ୟ ସରକାରର ଅଂଶବିଶେଷ ହୋଇପାରିନଥିଲା।

ଏବେ ସି. ଜୋସେଫ୍ ବିଜୟଙ୍କ ସରକାରରେ କଂଗ୍ରେସର ଏହି ଏଣ୍ଟ୍ରି ଦକ୍ଷିଣ ଭାରତୀୟ ରାଜନୀତିରେ ଏକ ବଡ଼ ପରିବର୍ତ୍ତନର ସଙ୍କେତ ଦେଉଛି।କେବଳ କଂଗ୍ରେସ ନୁହେଁ, ଶାସକ TVK ନିଜର ଅନ୍ୟ ସହଯୋଗୀ ଦଳଗୁଡ଼ିକୁ ମଧ୍ୟ ମନ୍ତ୍ରୀମଣ୍ଡଳରେ ସାମିଲ ହେବାକୁ ନିମନ୍ତ୍ରଣ ପଠାଇଛି। ଟିଭିକେ ର ବରିଷ୍ଠ ନେତା ତଥା ମନ୍ତ୍ରୀ ଆଧବ ଅର୍ଜୁନ କହିଛନ୍ତି ଯେ, ଭିସିକେ (VCK) ମୁଖ୍ୟ ଥୋଲ ଥିରୁମାଭାଲାଭନ ମଧ୍ୟ ମନ୍ତ୍ରୀମଣ୍ଡଳର ଅଂଶ ହୁଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି। ଏହାସହ ଇଣ୍ଡିଆନ ୟୁନିୟନ ମୁସଲିମ ଲିଗ୍ (IUML) କୁ ମଧ୍ୟ ସରକାରରେ ଯୋଗଦେବାକୁ ପ୍ରସ୍ତାବ ଦିଆଯାଇଛି ଏବଂ ଏ ନେଇ ଦଳର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା ଚାଲିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Satya Patha