Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବନ ବିଭାଗ ଦ୍ବାରା ବିପୁଳ କାଠ ଜବତ୍, ୩ ଗିରଫ

ବନ ବିଭାଗ ଦ୍ବାରା ବିପୁଳ କାଠ ଜବତ୍, ୩ ଗିରଫ

ରାୟଗଡ଼ା,(ସତ୍ୟପାଠବ୍ୟୁରୋ) : ରାୟଗଡା ବନଖଣ୍ଡ ଅଧିକାରୀ ସଚ୍ଚିନ ଆନ୍ନାସାହେବ ଓହୋଲଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡା ବନାଞ୍ଚଳ ଅଧିକାରୀ ଅନିଲ କୁମାର ପାଣିଗ୍ରାହୀ ନେତୃତ୍ବରେ ବନ କର୍ମଚାରୀମାନେ କୋମତାଲପେଟା ସେକ୍ସନ ଅଧିନସ୍ଥ ଡୋକୁଲୁଗୁଡା ଗ୍ରାମରେ ବେଆଇନ ଭାବରେ ଗଚ୍ଛିତ ରଖାଯାଇଥିବା କାଠ ବିଷୟରେ ସୂଚନା ପାଇ କିଛି ଘରେ ଚଢଉ କରିଥିଲେ।

ଏହି ଚଢଉରେ ଡୋକୁଲୁଗୁଡା ଗ୍ରାମର କେ ଶ୍ରୀନିବାସ, ଗୌରୀ ଶଙ୍କର ଚିକାଟୀ ଓ ବିବେକ ରାଓ କାଲାଗାରାଙ୍କ ଘରେ ଚଢଉ କରଯାଇଥିଲା। ଏହି ଚଢଉରେ କେ ଶ୍ରୀନିବାସ ଘରେ ବେଆଇନ ଭାବେ ରଖାଯାଇଥିବା ୬୭ ଗୋଟି ଶାଳ ସାଇଜ, ଗୌରୀ ଶଙ୍କର ଘରେ ୬୬ ଗୋଟି ଶାଳ ସାଇଜ ପଟ୍ଟା ଓ ବିବେକ ରାଓଙ୍କ ଘରେ ୫୬ ଗୋଟି ଶାଳ, ପିଆଶାଳ ଓ ଶାଗୁଆନ ସାଇଜ ଜବତ କରଯାଇଥିଲା। ସେମାନେ କୌଣସି ବିଭାଗୀୟ କାଗଜ ଦେଖାଇ ପାରିନଥିଲେ ଓ ସେମାନେ ସ୍ଵୀକାର କରିଲେ ଯେ ସେମାନେ ବେଆଇନ ଭାବେ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ଗଛ କାଟି ଆଣିଥିଲେ। ‌ଚୋରା କାଠ ବୋଲି ସ୍ବୀକାର କରିବା ପରେ ସେମାନଙ୍କୁ କୋମଟାଲପେଟା ବନପାଳ ଅନନ୍ତ ହେମ ଚରଣ ବେହେରା ଗିରଫ କରିଥିଲେ ଓ କାଠ ଗୁଡିକୁ ଜବତ କରିଥିଲେ। ଏହି ଜବତ କାଠର ଆନୁମାନିକ ବଜାରର ମୂଲ୍ୟ ୩ ଲକ୍ଷ ଟଙ୍କା ହେବ। ଏହି ଚଢଉରେ ରାୟଗଡ଼ା ସେକ୍ସନର ବନପାଳ ଗୌରୀ ଶଙ୍କର ସାହୁ, ପଦ୍ମାବତୀ ପାଢୀ, ବନପାଳ ଓ ରାୟଗଡ଼ା ବନାଞ୍ଚଳର ଅନ୍ୟ କର୍ମଚାରୀ ଯୋଗଦାନ କରିଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Satya Patha