Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବାଂଲାଦେଶରେ ହିନ୍ଦୁ ପରିବାରର ୪ ଜଣଙ୍କୁ ହତ୍ୟା

ବାଂଲାଦେଶରେ ହିନ୍ଦୁ ପରିବାରର ୪ ଜଣଙ୍କୁ ହତ୍ୟା

ଢାକା(ସତ୍ୟପାଠବ୍ୟୁରୋ) : ବାଂଲାଦେଶର ରଙ୍ଗପୁରରେ ଏକ ହିନ୍ଦୁ ପରିବାରର ୪ ଜଣଙ୍କୁ ହତ୍ୟା ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଜଣେ ଅବସରପ୍ରାପ୍ତ ସ୍କୁଲ ଶିକ୍ଷକ, ତାଙ୍କ ପତ୍ନୀ, ଝିଅ ଓ ପୁଅଙ୍କ ମୃତଦେହ ଏକ ବନ୍ଦ ଘର ଭିତରୁ ଉଦ୍ଧାର ହୋଇଛି । ଘଟଣାରେ ପୁଲିସ ଦୁଇ ଜଣ ଯୁବକଙ୍କୁ ଅଟକ ରଖିଛି । ପୁଲିସ ଅନୁସାରେ, ଅଭିଯୁକ୍ତମାନେ ଘରର ଛାତ ଉପରେ ନିଶାଦ୍ରବ୍ୟ ସେବନ କରୁଥିଲେ ।

ପରିବାରର ମୁଖ୍ୟ ଏହାକୁ ବିରୋଧ କରିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ରହିଛି । ପରେ ତାଙ୍କ ପତ୍ନୀ ଓ ଦୁଇ ପିଲାଙ୍କ ମଧ୍ୟ ମୃତ୍ୟୁ ଘଟିଥିବା ପୁଲିସ କହିଛି ।

ସବୁଠାରୁ ଚାଞ୍ଚଲ୍ୟକର କଥା ହେଉଛି, ହତ୍ୟା ପରେ ଅଭିଯୁକ୍ତମାନେ ତୁରନ୍ତ ଘଟଣାସ୍ଥଳରୁ ଫେରାର ହୋଇନଥିଲେ। ପ୍ରାୟ ୬ରୁ ୭ ଘଣ୍ଟା ଘର ଭିତରେ ରହି, ଫ୍ରିଜ୍‌ରୁ ଖାଦ୍ୟ ଖାଇବା ସହ ଗାଧୋଇଥିବା ତଦନ୍ତରୁ ଜଣାପଡ଼ିଛି । ତଦନ୍ତ ପରେ ପୁଲିସ ଦୁଇ ସନ୍ଦିଗ୍ଧଙ୍କୁ ଧରିଛି ଏବଂ ଘଟଣାର କାରଣ ଓ ପୂରା ଘଟଣାକ୍ରମ ନେଇ ଅଧିକ ତଦନ୍ତ ଜାରି ରହିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Satya Patha