Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ବିଜେପି ବୁଥ ସଭାପତିଙ୍କୁ ବିଭତ୍ସ ହତ୍ୟା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ମହାକାଳପଡ଼ା ବ୍ଲକ ଅଧୀନ ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିବା ବେଳେ ଏବେ କେନ୍ଦ୍ରାପଡ଼ା ଜିଲ୍ଲାରେ ଜଣେ ବିଜେପି ନେତାଙ୍କୁ ବିଭତ୍ସ ହତ୍ୟାକାଣ୍ଡ ଘଟଣା ଚର୍ଚ୍ଚା ବଢ଼ିଛି। ଜମ୍ବୁ ସାମୁଦ୍ରିକ ଥାନା ଅଧୀନସ୍ଥ ରାମନଗରର ବିଜେପି ବୁଥ୍ ସଭାପତି ତପନ ଦାସଙ୍କୁ ହତ୍ୟା କରାଯାଇଛି।

କଥା କଟାକଟିକୁ ନେଇ ତାଙ୍କୁ ଇଟା ଓ କାଠ ଫାଳିଆ ମାଡ଼ରେ ହତ୍ୟା କରାଯାଇଛି। ଏନେଇ ଜମ୍ବୁ ମେରାଇନ୍ ଥାନା ପୋଲିସ୍ ଜଣଙ୍କୁ ଅଟକ ରଖିଛି। ଜଣାପଡିଛି ଯେ, ଗତକାଲି (ମଙ୍ଗଳବାର) ରାତିରେ ସଞ୍ଜୟ ମଣ୍ଡଳ ନାମକ ଜଣେ ରାଜମିସ୍ତ୍ରୀ ବିଜନ ଶାହା ନାମକ ଜଣେ ଶ୍ରମିକଙ୍କ ଘରକୁ ଯାଇଥିଲେ l ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ବିବାଦ ସମାଧାନ ପାଇଁ ତପନ ଦାସ ଘଟଣାସ୍ଥଳକୁ ଯାଇଥିଲେ। କିନ୍ତୁ ଗଣ୍ଡଗୋଳ ବଢ଼ିବା ପରେ ସଞ୍ଜୟ କାଠ ଫାଳିଆରେ ତପନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ତପନଙ୍କୁ ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ଜଣଙ୍କୁ ଅଟକ ରଖି ଜମ୍ବୁ ମେରାଇନ୍ ଥାନା ପୋଲିସ୍ ତଦନ୍ତ କରୁଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Satya Patha