Dailyhunt
ଡବଲ ଇଞ୍ଜିନ ସରକାର ଡବଲ୍‌ ବିକାଶ ନାରା ଦେଇ କ୍ଷମତାକୁ ଆସିବା ପରେ ଡବଲ ଧୋକା ଦେଉଛନ୍ତି: ବିଜେଡି

ଡବଲ ଇଞ୍ଜିନ ସରକାର ଡବଲ୍‌ ବିକାଶ ନାରା ଦେଇ କ୍ଷମତାକୁ ଆସିବା ପରେ ଡବଲ ଧୋକା ଦେଉଛନ୍ତି: ବିଜେଡି

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଡବଲ ଇଞ୍ଜିନ ସରକାର ରାଜ୍ୟକୁ ଡବଲ ଧୋକା ଦେଉଛନ୍ତି। ତେବେ ଶଙ୍ଖଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ଉପସଭାପତି ଅତନୁ ସବ୍ୟସାଚୀ ନାୟକ ଓ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି ଡବଲ ଇଞ୍ଜିନ ସରକାର ରାଜ୍ୟକୁ ଡବଲ ଧୋକା ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି । ବିଜେଡ଼ି ଉପସଭାପତି ଶ୍ରୀ ନାୟକ କହିଥିଲେ ଯେ ପୂର୍ବତଟ ରେଳବାଇ ଦେଶରେ ଥିବା ସମସ୍ତ ରେଳବାଇ ଡିଭିଜନ ମଧ୍ୟରେ ସବାର୍ଧିକ ରାଜସ୍ୱ ଦେଉଥିବା ଡିଭିଜନ୍ ।

ଆନ୍ଧ୍ରକୁ ଖୁସି କରାଇବାକୁ ଯାଇ ଓଡ଼ିଶାରେ ଥିବା ପୂର୍ବତଟ ରେଳବାଇକୁ ଦୁର୍ବଳ କରିବାକୁ ଲଗାତର ଉଦ୍ୟମ ହେଉଛି । ସେପଟେ ପ୍ରାୟ ୧ ବର୍ଷ ତଳେ କୋରାପୁଟଜିଲ୍ଲା ଓ ରାୟଗଡା ଜିଲ୍ଲାର କିଛି ଅଂଶକୁ ଦକ୍ଷିଣତଟ ରେଳବାଇରେ ସାମିଲ କରାଯାଇଥିଲା । ଏବେ ଓଡ଼ିଶା ଦିବସ ପାଳିତ ହେଉଥିବା ବେଳେ ପଲାସା ଓ ଇଚ୍ଛାପୁରମ୍‌କୁ ଦକ୍ଷିଣତଟ ରେଳବାଇରେ ସାମିଲ କରାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଡବଲ୍‌ ଇଞ୍ଜିନ୍‌ ସରକାର ଡବଲ୍‌ ବିକାଶ ନାରା ଦେଇ କ୍ଷମତାକୁ ଆସିଥିବା ବିଜେପିର ନେତାମାନେ ରାଜ୍ୟ ପ୍ରତି ଏହି ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିବା ପାଇଁ ସାହସ ଜୁଟାଇ ପାରୁନାହାଁନ୍ତି ।ପୂର୍ବତଟ ରେଳବାଇକୁ ଲଗାତର ଭାବେ ସଙ୍କୁଚିତ କରାଯାଉଛି।

ଓଡ଼ିଶାର ୨୦ ଜଣ ଲୋକସଭା ବିଜେପି ସାଂସଦ ଓ ରାଜ୍ୟର ନେତୃତ୍ୱ ମୁହଁରେ ତୁଣ୍ଡିଦେଇ ବସି ରହିଛନ୍ତି । ରାଜ୍ୟବାସୀ ଜାଣିବାକୁ ଚାହୁଁଛନ୍ତି ସେମାନଙ୍କ ଭୂମିକା କ'ଣ? ଏହାଛଡା ଜଣେ ଓଡ଼ିଶାର ସାଂସଦ ରେଳମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଥିବା ବେଳେ ଓଡ଼ିଶାର ସ୍ୱାର୍ଥକୁ ଆନ୍ଧ୍ର ପାଖରେ ବନ୍ଧା ପକାଇଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ନାୟକ କହିଥିଲେ। ବିଜେଡ଼ି ମୁଖପାତ୍ର ଡକ୍ଟର ମହାନ୍ତି କହିଥିଲେଯେ ରାଜ୍ୟରେ ଅନ୍ୟୁନ ୬ଟି ଜିଲ୍ଲାକୁ ରେଳ ସଂଯୋଗ ହୋଇପାରିନାହିଁ । ସରକାର ରାଜ୍ୟବାସୀଙ୍କୁ ଧୋକା‌ ଦେଇଛନ୍ତି ବୋଲି କହିଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Satya Patha