Dailyhunt

ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଚେତାବନୀ; ଇରାନକୁ ଅସ୍ତ୍ର ଯୋଗାଇଲେ ଲଗାଯିବ ୫୦% ଶୁଳ୍କ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଚେତାବନୀ । ଇରାନକୁ ଅସ୍ତ୍ର ଯୋଗାଇଲେ ଲଗାଯିବ ୫୦% ଶୁଳ୍କ । ତେବେ ନିଜ ଆଭିମୁଖ୍ୟକୁ ସ୍ପଷ୍ଟ କରି ଟ୍ରମ୍ପ ଜଣାଇଛନ୍ତି ଯେ ସେଭଳି ଦେଶଗୁଡ଼ିକ ଉପରେ ତତ୍କାଳ ଶୁଳ୍କ ଲଗାଯିବ। ସେଥିରେ କୌଣସି ପ୍ରକାର ଛାଡ଼ ଦିଆଯିବ ନାହିଁ। ଯଦି ଟ୍ରମ୍ପଙ୍କ ଏହି ଶୁଳ୍କ ଲାଗିବ ତେବେ ସାରା ବିଶ୍ବର ବ୍ୟବସାୟ ଧାରାରେ ପୁଣି ଏକ ବଡ଼ ପରିବର୍ତ୍ତନ ହେବ।

ଅଗ୍ରଣୀ ଦେଶଗୁଡ଼ିକ ସହ ଏହାର ସମ୍ପର୍କ ପ୍ରଭାବିତ ହେବ। ସେପଟେ ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ଶୁଳ୍କକୁ ଏକ ବଡ଼ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି। ବିଭିନ୍ନ ଦେଶ ଉପରେ ସେ ଚଢ଼ା ପାଲଟା ଶୁଳ୍କ ଲଗାଇଥିଲେ ଯାହାକୁ ଆମେରିକା ସୁପ୍ରିମକୋର୍ଟ ପରବର୍ତ୍ତୀ ସମୟରେ ଅସିଦ୍ଧ ଘୋଷଣା କରିଥିଲେ। ସଙ୍ଗେ ସଙ୍ଗେ ସେ ଆଇନରେ ଥିବା ଆଉ ଏକ କ୍ଷମତାକୁ ବ୍ୟବହାର କରି ଦୁଇଟି ପର୍ଯ୍ୟାୟରେ ୧୫ ପ୍ରତିଶତ ଶୁଳ୍କ ଲଗାଇଥିଲେ। ନିକଟରେ ଯେ ପେଟେଣ୍ଟ୍‌ ଔଷଧ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲଗାଇବାକୁ ଧମକ ଦେଇଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Satya Patha