Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଚଳନ୍ତା କାରରେ ନିଆଁ ଲାଗିଯିବା ଫଳରେ ପରିବାରର ୫ ଜଣ ଜୀବନ୍ତ ଦଗ୍ଧ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଚଳନ୍ତା କାରରେ ନିଆଁ ଲାଗିଯିବା ଫଳରେ ପରିବାରର ୫ ଜଣ ଜୀବନ୍ତ ଦଗ୍ଧ । ସେପଟେ କାର୍ ଚାଳକ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମୃତକଙ୍କ ମଧ୍ୟରେ ତିନିଜଣ ମହିଳା, ଜଣେ ଶିଶୁ କନ୍ୟା ଓ ଜଣେ ପୁରୁଷ ଅଛନ୍ତି। ସମସ୍ତେ ମଧ୍ୟପ୍ରଦେଶର ଶିଓପୁର ଜିଲ୍ଲାର ବୋଲି ଜଣାପଡ଼ିଛି।

ପୋଲିସର ସୂଚନା ଅନୁଯାୟୀ, ବୁଧବାର ବିଳମ୍ଵିତ ରାତିରେ ମୌଜପୁର ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ପରିବାର ବୈଷ୍ଣୋ ଦେବୀ ଦର୍ଶନ ସାରି ଫେରୁଥିବା ବେଳେ ଏହି ଅଘଟଣ ଘଟିଛି। କାରରେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। କାରଟି ସିଏନଜି ଚାଳିତ ହୋଇଥିବାରୁ ନିଆଁ ଏତେ ଶୀଘ୍ର ବ୍ୟାପିଯାଇଥିଲା ଯେ ଭିତରେ ଥିବା ଲୋକଙ୍କୁ ବାହାରିବା ପାଇଁ ସାମାନ୍ୟ ସମୟ ମଧ୍ୟ ମିଳିନଥିଲା। ନିଆଁକୁ ଆୟତ୍ତ କରିବା ପାଇଁ ଦମକଳ ବାହିନୀ ପହଞ୍ଚିବା ପୂର୍ବରୁ କାରଟି ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଥିଲା। ଗାଡ଼ି ଭିତରୁ ମୃତକଙ୍କ କେବଳ କିଛି ଅସ୍ଥି ଅବଶେଷ ମିଳିଛି, ଯାହାକୁ ଚିହ୍ନଟ କରିବା ପାଇଁ ଡିଏନଏ ପରୀକ୍ଷା କରାଯିବ। କାର୍ ଚାଳକ ବିନୋଦ କୁମାର ମେହେର ଗାଡ଼ିରୁ ଡେଇଁ ପଡ଼ି ନିଜ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ସେ ୮୦ ପ୍ରତିଶତ ପର୍ଯ୍ୟନ୍ତ ପୋଡ଼ି ହୋଇଯାଇଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Satya Patha