Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କମିବ କି ଦାରା ସିଂଙ୍କ ଦଣ୍ଡ : ଆଜି ସୁପ୍ରିମକୋର୍ଟରେ ଶୁଣାଣି

କମିବ କି ଦାରା ସିଂଙ୍କ ଦଣ୍ଡ : ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ(ସତ୍ୟପାଠବ୍ୟୁରୋ): ବହୁଚର୍ଚ୍ଚିତ ଅଷ୍ଟ୍ରେଲୀୟ ମିସନାରୀ ଗ୍ରାହମ ଷ୍ଟେନ୍ସ ଏବଂ ତାଙ୍କର ଦୁଇ ନାବାଳକ ପୁଅଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂଙ୍କ ଦଣ୍ଡ ହ୍ରାସ ନେଇ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି। ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବାରେ ବିଳମ୍ବ କରୁଥିବାରୁ ସର୍ବୋଚ୍ଚ ନ୍ୟାୟାଳୟ ପୂର୍ବ ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ଝାଡ଼ିଥିଲେ।

ଜଷ୍ଟିସ୍ ମନୋଜ ମିଶ୍ର ଓ ଜଷ୍ଟିସ୍ ବିଜୟ ବିଷ୍ଣୋୟୀଙ୍କ ଦୁଇଜଣିଆ ଖଣ୍ଡପୀଠ ଯଥାଶୀଘ୍ର ଏହା ଉପରେ ନିଷ୍ପତ୍ତି ନେବାକୁ କହିଥିଲେ। ଗତ ଜୁଲାଇ ୧୪ ତାରିଖରେ ମାମଲାର ଶୁଣାଣି ସମୟରେ ରାଜ୍ୟ ଦଣ୍ଡ ସମୀକ୍ଷା ବୋର୍ଡ ଦାରା ସିଂହଙ୍କ ଆବେଦନ ଉପରେ ନିଷ୍ପତ୍ତି ନେବା ପ୍ରକ୍ରିୟାକୁ ସମୀକ୍ଷା କରି ତୁରନ୍ତ ଖଣ୍ଡପୀଠଙ୍କୁ ଅବଗତ କରାଇ ଦିଆଯିବ ବୋଲି କହିଥିଲେ। ମାତ୍ର ପ୍ରାୟ ଏକମାସ ପରେ ମଧ୍ୟ ଅବଗତ କରିପାରି ନଥିଲେ। ଯାହାକୁ ନେଇ ଖଣ୍ଡପୀଠ ଆପତ୍ତି ଉଠାଇଥିଲେ। ତେବେ ପରବର୍ତ୍ତୀ ଶୁଣାଣି ପାଇଁ ସେପ୍ଟେମ୍ବର ୨ ତାରିଖ ଧାର୍ଯ୍ୟ କରାଯାଇଥିଲା। ସୁପ୍ରିମକୋର୍ଟଙ୍କ ତାଗିଦ୍ ପରେ ରାଜ୍ୟ ସରକାର ଓ ଓଡ଼ିଶା ଷ୍ଟେଟ୍ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ କ'ଣ ପଦକ୍ଷେପ ନେଉଛନ୍ତି, ତା' ଉପରେ ରହିଛି ନଜର।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Satya Patha