Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଲୋକଭବନକୁ 'ପ୍ଲାଟିନମ୍ ଗ୍ରିନ୍ କ୍ୟାମ୍ପସ' ମାନ୍ୟତା

ଲୋକଭବନକୁ 'ପ୍ଲାଟିନମ୍ ଗ୍ରିନ୍ କ୍ୟାମ୍ପସ' ମାନ୍ୟତା

ଭୁବନେଶ୍ବର(ସତ୍ୟପାଠ ବ୍ୟୁରୋ): ଓଡ଼ିଶା ଲୋକଭବନ ହାସଲ କରିଛି ଭାରତୀୟ ଗ୍ରୀନ୍ ବିଲ୍ଡିଂ କାଉନ୍ସିଲ୍ (IGBC)ର ସମ୍ମାନଜନକ ପ୍ଲାଟିନମ୍ ଗ୍ରୀନ୍ କ୍ୟାମ୍ପସ୍ ସାର୍ଟିଫିକେସନ୍ । ଭାରତର ପ୍ରଥମ ଲୋକଭବନ ଭାବେ ଏହି ମାନ୍ୟତା ହାସଲ କରିଛି ଓଡ଼ିଶା ଲୋକଭବନ। ଆଇଜିବିସି ପ୍ଲାଟିନମ୍ ଗ୍ରିନ୍ କ୍ୟାମ୍ପସ୍ ସାର୍ଟିଫିକେସନରେ ଲୋକଭବନ ୧୦୦ରୁ ୮୮ ନମ୍ବର ହାସଲ କରିଛି ।

ଅକ୍ଷୟ ଶକ୍ତିର ବ୍ୟବହାର, ଜଳ ସଂରକ୍ଷଣ, ଜୈବ ବିବିଧତାର ସୁରକ୍ଷା ଏବଂ ବର୍ଜ୍ୟ ପରିଚାଳନା ଭଳି କ୍ଷେତ୍ରରେ ନିରନ୍ତର ଯୋଗଦାନକୁ ଆଇଜିବିସି ପକ୍ଷରୁ ସ୍ୱୀକୃତି ଦିଆଯାଇଥାଏ । ଏଥିସହ ବିକାଶ ସହ ପରିବେଶଗତ ଦାୟିତ୍ୱକୁ ସମାନ ଭାବେ ଆଗେଇ ନେବା ପାଇଁ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକୁ ଏହି ପ୍ରମାଣପତ୍ର ପ୍ରୋତ୍ସାହିତ କରିଥାଏ । ଏହି ଦୃଷ୍ଟିକୋଣକୁ କାର୍ଯ୍ୟରେ ପରିଣତ କରି ରାଜ୍ୟପାଳ ହରି ବାବୁ କମ୍ବମପଟିଙ୍କ ମାର୍ଗଦର୍ଶନରେ ଲୋକଭବନକୁ ଏକ ସବୁଜ ଓ ଜଳବାୟୁ-ପ୍ରତିକ୍ରିୟାଶୀଳ ସାର୍ବଜନୀନ ପ୍ରତିଷ୍ଠାନରେ ପରିଣତ କରିବା ଦିଗରେ ବିଭିନ୍ନ ପଦକ୍ଷେପ ନିଆଯାଇଛି । ପରିବେଶ ସୁରକ୍ଷା ଓ ସ୍ଥାୟୀ ବିକାଶ ଦିଗରେ ଲୋକଭବନର ଏହି ପଦକ୍ଷେପକୁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଭାବେ ବିବେଚନା କରାଯାଉଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Satya Patha