Dailyhunt

ଲୁହାପଥର ଉତ୍ପାଦନ ବଢ଼ାଇବାକୁ ଶିଳ୍ପପତି, ଖଣି ଲିଜଧାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଲୁହାପଥର ଉତ୍ପାଦନ ବଢ଼ାଇବାକୁ ଶିଳ୍ପପତି, ଖଣି ଲିଜଧାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ । ରାଜ୍ୟ ଏବଂ ଦେଶର ଆବଶ୍ୟକତାକୁ ଦେଖି ଅଧିକରୁ ଅଧିକ ଲୁହାପଥର ଉତ୍ପାଦନ କର। ରାଜ୍ୟ ସରକାର ଏଥିପାଇଁ ଲିଜ୍‌ଧାରୀଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇ ଦେବାକୁ ପ୍ରସ୍ତୁତ ଅଛନ୍ତି। ଏଥିସହିତ ରାଜ୍ୟର ଖଣିବହୁଳ ଜିଲ୍ଲାଗୁଡ଼ିକରେ ଶିଳ୍ପାନୁଷ୍ଠାନ ସଂଖ୍ୟା କମ୍‌ ରହିଛି।

ଏସବୁ ଜିଲ୍ଲାରେ ଅଧିକରୁ ଅଧିକ ସଂଖ୍ୟାରେ କାରଖାନା ସ୍ଥାପନ କରିବା ସହ ଖଣି ଅଞ୍ଚଳର ଲୋକଙ୍କ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଅ। ଲୋକସେବା ଭବନରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶିଳ୍ପପତି ଓ ଖଣି ଲିଜ୍‌ଧାରୀମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରି ଏଭଳି ପରାମର୍ଶ ଦେଇଛନ୍ତି। ଉତ୍ପାଦନ ଓ ଡେସ୍‌ପ୍ୟାଚ୍ ପ୍ରତି ଗୁରୁତ୍ୱ ଦେଇ ଏମ୍‌ଡିପିଏ ବା ଖଣି ବିକାଶ ଏବଂ ଉତ୍ପାଦନ ରାଜିନାମା ଅନୁଯାୟୀ ସର୍ବନିମ୍ନ ବାଧ୍ୟତାମୂଳକ ସୀମାକୁ ଦୃଷ୍ଟିରେ ରଖି ଉତ୍ପାଦନ ବୃଦ୍ଧି ନିମନ୍ତେ ବୈଠକରେ ଆଲୋଚନା ହୋଇଥିଲା।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Satya Patha