Dailyhunt

ମୁଁ ଇସ୍ତଫା ଦେବି ନାହିଁ, ମୁଁ ନିର୍ବାଚନ ହାରିନାହିଁ: ମମତା ବାନାର୍ଜୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ଏବଂ ଆସାମ ରେ ଭାରତୀୟ ଜନତା ପାର୍ଟି ସରକାର କରିବାକୁ ଯାଉଛି । ଯାହାକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା । ଏହା ମଧ୍ୟରେ ପଶ୍ଚିମବଙ୍ଗରେ ଟିଏମସିର ପରାଜୟ ପରେ ମମତା ବାନାର୍ଜୀଙ୍କ ବଡ ବୟାନ ସାମ୍ନାକୁ ଆସିଛି । ତେବେ ପଶ୍ଚିମବଙ୍ଗ ନିର୍ବାଚନରେ ୨୦୨୬ ପରାଜୟ ପରେ ଏକ ପ୍ରେସ୍ ସଭାକୁ ସମ୍ବୋଧିତ କରି ବାନାର୍ଜୀ କହିଛନ୍ତି ଯେ ମୁଁ ଇସ୍ତଫା ଦେବାକୁ ରାଜଭବନ ଯିବି ନାହିଁ।

ମୋତେ ଇସ୍ତଫା ଦେବାକୁ କେହି ବାଧ୍ୟ କରିପାରିବେ ନାହିଁ ବୋଲି କହିଛନ୍ତି ।

ଏହା ସହ ସେ କହିଛନ୍ତି ମୁଁ ଇସ୍ତଫା ଦେବି ନାହିଁ, ମୁଁ ହାରିନାହିଁ । ମୁଁ ରାଜଭବନ ଯିବି ନାହିଁ । ସେମାନେ ସାମ୍ବିଧାନିକ ମାନଦଣ୍ଡ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେଇପାରିବେ। ମୁଁ ଏହା ମଧ୍ୟ କହିବାକୁ ଚାହୁଁଛି ଯେ ଆମେ ନିର୍ବାଚନ ହାରିନାହୁଁ। ଏହା ଆମକୁ ପରାସ୍ତ କରିବା ପାଇଁ ସେମାନଙ୍କର ପ୍ରୟାସ। ତେବେ ନିର୍ବାଚନ କମିଶନ ମାଧ୍ୟମରେ, ସେମାନେ ଆମକୁ ପରାସ୍ତ କରିପାରିବେ, କିନ୍ତୁ ନୈତିକ ଭାବରେ, ଆମେ ନିର୍ବାଚନ ଜିତିଛୁ ବୋଲି ମମତା ବାନାର୍ଜୀ କହୁଥିବାର ଦେଖିବାକୁ ମିଳିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Satya Patha