Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ନିର୍ବାଚନୀ ଫଳାଫଳ; ପଶ୍ଚିମବଙ୍ଗ-ଆସାମ-ପୁଡୁଚେରୀରେ ବିଜେପି ଆଗୁଆ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଜି ବାହାରିବ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳ । ପଶ୍ଚିମବଙ୍ଗ, କେରଳମ୍‌, ତାମିଲନାଡ଼ୁ, ଆସାମ ଓ କେନ୍ଦ୍ରଶାସିତ ପ୍ରଦେଶ ପୁଡୁଚେରୀର ନିର୍ବାଚନୀ ଫଳାଫଳ ଉପରେ ସାରା ଦେଶର ନଜର ରହିଛି । ଏହା ମଧ୍ୟରେ ପଶ୍ଚିମବଙ୍ଗ-ଆସାମ-ପୁଡୁଚେରୀରେ ବିଜେପି ଆଗୁଆ । ପଶ୍ଚିମବଙ୍ଗର ୨୯୪ ବିଧାନସଭା ଆସନ ମଧ୍ୟରୁ ୨୯୩ରେ ଭୋଟ ଗଣନା କରାଯାଉଛି।

ସେହିପରି ତାମିଲନାଡୁର ୨୩୪, କେରଳମ୍‌ର ୧୪୦ ଆସନ, ଆସାମର ୧୨୬ ଆସନ ତଥା କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ୨୯ ଆସନ ପାଇଁ ଭୋଟ୍ ଗଣତି ଜାରି ରହିଛି।

ପ୍ରାଥମିକ ଭୋଟ୍ ଗଣତିରେ ପଶ୍ଚିମବଙ୍ଗରେ ବିଜେପି ଟିଏମସିକୁ ପଛରେ ପକାଇ ଦେଇଛି। ବିଜେପି ୧୬୫ ଆସନରେ ଆଗୁଆ ଥିବା ବେଳେ ଟିଏମସି ୧୨୩ ଆସନରେ ଆଗୁଆ ରହିଛି। ସେହିପରି ବାମଦଳ ଓ ସହଯୋଗୀ ଗୋଟିଏ ଏବଂ ଅନ୍ୟ ଦଳ ଗୋଟିଏ ଆସନରେ ଆଗୁଆ ରହିଛନ୍ତି। ସେହିପରି ଆସାମରେ ଶାସକ ବିଜେପି ୯୫ ଆସନରେ ଆଗୁଆ ରହିଛି। ସେହିପରି କଂଗ୍ରେସ ୨୯ ଆସନ ତଥା ଅନ୍ୟ ଦଳ ୨ ଆସନରେ ଆଗୁଆ ରହିଛନ୍ତି।

ପୁଡୁଚେରୀରେ ବିଜେପି ୨୨ ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୬ ଆସନ ଏବଂ ଅନ୍ୟଦଳ ଗୋଟିଏ ଆସନରେ ଆଗୁଆ ରହିଛନ୍ତି। ତାମିଲନାଡୁରେ ଟିଭିକେ ଇତିହାସ ରଚିଛି। ଟିଭିକେ ୧୦୯ ଆସନରେ ଆଗୁଆଥିବାବେଳେ ଏଆଇଏଡିଏମ୍‌କେ ୭୩, ଡିଏମ୍‌କେ ୫୨ ଆସନରେ ଆଗୁଆ ରହିଛନ୍ତି। କେରଳମ୍‌ରେ କଂଗ୍ରେସ ୧୦୦ ଆସନରେ ଆଗୁଆ ଥିବାବେଳେ ବାମଦଳ ୩୯ ଆସନରେ ଏବଂ ଅନ୍ୟ ଦଳ ଗୋଟିଏ ଆସନରେ ଆଗୁଆ ରହିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Satya Patha