Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ପାଞ୍ଚଟି ମ୍ୟାଚ ଖେଳି ଏପର୍ଯ୍ୟନ୍ତ ଓ୍ବିକେଟ୍‌ହୀନ ଯଶପ୍ରୀତ୍‌ ବୁମ୍‌ରା; ଓ୍ବିକେଟ୍‌ ସନ୍ଧାନରେ ବୁମ୍‌ରା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାଞ୍ଚଟି ମ୍ୟାଚ ଖେଳି ଏପର୍ଯ୍ୟନ୍ତ ଓ୍ବିକେଟ୍‌ହୀନ ଯଶପ୍ରୀତ୍‌ ବୁମ୍‌ରା । ଓ୍ବିକେଟ୍‌ ସନ୍ଧାନରେ ବୁମ୍‌ରା । ତେବେ ଆର୍‌ସିବି ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ସେ ୩୫ରନ୍‌ ବ୍ୟୟ କରିଥିଲେ ବି କୌଣସି ଓ୍ବିକେଟ୍‌ ଅକ୍ତିଆର କରିପାରିନଥିଲେ। ସେହିପରି ପଞ୍ଜାବ କିଙ୍ଗସ୍‌ ବିପକ୍ଷ ମ୍ୟାଚ୍‌ରେ ସେ ୪୦, କେକେଆର୍‌ ବିପକ୍ଷ ମ୍ୟାଚ୍‌ରେ ୩୫, ଦିିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ୨୧ ଓ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ରେ ସେ ୩ ଓଭର ବୋଲିଂ କରି ୩୨ ରନ୍‌ ବ୍ୟୟ କରିଥିଲେ ବି ଗୋଟିଏ ବି ଓ୍ବିକେଟ୍‌ ଦଖଲ କରିପାରିନଥିଲେ।

ବୁମ୍‌ରାଙ୍କ ପରି ଜଣେ ବିଶ୍ବର ପ୍ରମୁଖ ବୋଲର୍‌ ଓ୍ବିକେଟ୍‌ ପାଇବା ପାଇଁ ସଂଘର୍ଷ କରିବା କ୍ରୀଡ଼ାପ୍ରେମୀଙ୍କୁ ଆଚମ୍ବିତ କରିଛି। ତେବେ ପୂର୍ବତନ ସ୍ପିନର ଆର.ଅଶ୍ବିନ ଏହାକୁ ନେଇ ଆଶ୍ଚର୍ଯ୍ୟ ହେବା ବଦଳରେ ବୁମ୍‌ରାଙ୍କୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ ଏହି ପ୍ରସଙ୍ଗ ଉପରେ ଅତ୍ୟଧିକ ଗୁରୁତ୍ବ ଦେବା ମୁମ୍ବାଇ ଇଣ୍ଡିଆନ୍ସର ଅଭିଯାନକୁ ପ୍ରଭାବିତ କରିପାରେ । 'ଏକ୍ସ'ରେ ସେ ଲେଖିଛନ୍ତି, "ଓ୍ବିକେଟ୍‌ ନେବା ଅପେକ୍ଷା ଲକ୍ଷ୍ୟଭେଦୀ ୟର୍କର୍‌ ପକାଇ ରନ୍‌କୁ ରୋକିବା ଅଧିକ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Satya Patha