Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ପାକିସ୍ତାନର ଆତଙ୍କବାଦୀ ପ୍ରେମ ଶୋଏବ ଅଖତର ଭାଇଙ୍କ ଅନ୍ତିମ ସଂସ୍କାରରେ ଆତଙ୍କୀ ସାମିଲ

ସଲାମାବାଦ(ସତ୍ୟପାଠବ୍ୟୁରୋ): ପଦାରେ ପଡ଼ିଛି ପାକିସ୍ତାନର ଆତଙ୍କବାଦୀ ପ୍ରେମ। ଇସଲାମାବାଦରେ ପୂର୍ବତନ କ୍ରିକେଟର ଶୋଏବ ଅଖତର ଭାଇଙ୍କ ଅନ୍ତିମ ସଂସ୍କାରରେ ଆତଙ୍କୀ ସାମିଲ ହୋଇଥିବା ଖବର ଏବେ ବେଶ ଚର୍ଚ୍ଚା ହୋଇଛି। ଶୋଏବଙ୍କ ଭାଇ ଶାହିଦ ଅଖତରଙ୍କ ଅନ୍ତିମ ସଂସ୍କାରରେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା ସହିତ ଜଡିତ ବ୍ୟକ୍ତିମାନେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା।

ଫଳରେ ଏକ ବଡ଼ ବିବାଦର ସମ୍ମୁଖୀନ ହୋଇଛନ୍ତି ପୂର୍ବତନ ପାକିସ୍ତାନୀ ପେସର ସୋଏବ ଅଖତର। ତେବେ ଅନ୍ତିମ ସଂସ୍କାର ସମାରୋହର ଫଟୋ ଚିତ୍ରଗୁଡ଼ିକ ଯାଞ୍ଚ କରାଯାଇଥିବାବେଳେ ଅଖତର ସେମାନଙ୍କୁ ନିମନ୍ତ୍ରଣ କରିଥିବା କିମ୍ବା ଏଲ୍ ଇଟି କିମ୍ବା ସମ୍ପୃକ୍ତ ଗୋଷ୍ଠୀ ସହିତ ତାଙ୍କର କୌଣସି ସାଂଗଠନିକ ସମ୍ପର୍କ ଥିବାର କୌଣସି ପ୍ରମାଣ ନାହିଁ। ସୂଚନାଯୋଗ୍ୟ, ଶାହିଦ ଅଖତାରଙ୍କ ମୃତ୍ୟୁ ଏହି ସପ୍ତାହର ଆରମ୍ଭରେ ହୋଇଥିଲା। ଏନେଇ ଇସଲାମାବାଦରେ ଅନ୍ତିମ ସଂସ୍କାର ପ୍ରାର୍ଥନା କରାଯାଇଥିଲା, ଯେଉଁଥିରେ ପରିବାର ସଦସ୍ୟ, ବନ୍ଧୁ, ପୂର୍ବତନ କ୍ରିକେଟର ଏବଂ ଅନେକ ସାଧାରଣ ବ୍ୟକ୍ତି ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଏକାଠି ହୋଇଥିଲେ।

ପୂର୍ବରୁ ସୋସିଆଲ ମିଡିଆ ମାଧ୍ୟମରେ ବି ଭାଇଙ୍କ ମୃତ୍ୟୁ ଘୋଷଣା କରିଥିଲେ ସୋଏବ। ତେବେ ଭାଇଙ୍କ ଶେଷକୃତ୍ୟର ଫଟୋ ଏବଂ ଭିଡିଓ ସାମନାକୁ ଆସିବା ପରେ ବିବାଦ ଆରମ୍ଭ ହୋଇଥିଲା। ଯେଉଁଥିରେ ପାକିସ୍ତାନ ମର୍କଜି ମୁସଲିମ ଲିଗ୍ (PMML) ସହିତ ଜଡିତ ଥିବା ଅନେକ ବ୍ୟକ୍ତିଙ୍କ ଉପସ୍ଥିତି ଥିବା ଦେଖାଯାଇଥିଲା, ଯାହା ଏଲଇଟି ସହିତ ସମ୍ପର୍କ ଥିବା ନେଇ ପୂର୍ବରୁ ତଦନ୍ତର ସମ୍ମୁଖୀନ ହୋଇଥିବା ଏକ ଦଳ। ତେବେ ସୋଏବ ଅଖତାର ବ୍ୟକ୍ତିଗତ ଭାବରେ ଏହି ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ କରିଥିଲେ କିମ୍ବା ତାଙ୍କର ଏଲଇଟି କିମ୍ବା କୌଣସି ନିଷିଦ୍ଧ ସଂଗଠନ ସହିତ କୌଣସି ସାଂଗଠନିକ ସମ୍ପର୍କ ଥିବା କୌଣସି ପ୍ରମାଣ ନାହିଁ ବୋଲି ରିପୋର୍ଟରେ ପ୍ରକାଶ ପାଇଛି।

ଏହି ବିବାଦ କେବଳ ଏକ ସାର୍ବଜନୀନ ଅନ୍ତିମ ସଂସ୍କାର ସମାବେଶରେ ଏପରି ସଂଗଠନର କିଛି ବ୍ୟକ୍ତିଙ୍କ ସାମିଲ ନେଇ ହୋଇଛି। ଅଖତର କିମ୍ବା ତାଙ୍କ ପ୍ରତିନିଧି ଏପର୍ଯ୍ୟନ୍ତ ଏହି ବିଷୟ ଉପରେ କୌଣସି ବିବୃତ୍ତି ଜାରି କରିନାହାଁନ୍ତି। ତାଙ୍କର ନୀରବତା ଅନଲାଇନରେ ମିଶ୍ରିତ ପ୍ରତିକ୍ରିୟା ସୃଷ୍ଟି କରିଛି। ତେବେ ଅନ୍ୟମାନେ ଦର୍ଶାଇଛନ୍ତି ଯେ ପାକିସ୍ତାନରେ ଶବଦାହରେ ପ୍ରାୟତଃ ବିଭିନ୍ନ ବର୍ଗର ଲୋକମାନେ ଯୋଗ ଦିଅନ୍ତି, ଯାହା ଦ୍ୱାରା ଶୋକସନ୍ତପ୍ତ ପରିବାର ପାଇଁ କିଏ ଯୋଗଦେବେ ତାହା ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼େ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Satya Patha