Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ପଶ୍ଚିମବଙ୍ଗ ଡିସିପି ଶାନ୍ତନୁଙ୍କ ବିରୋଧରେ ଲୁକଆଉଟ୍ ନୋଟିସ୍ ଜାରି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ପଶ୍ଚିମବଙ୍ଗ ଡିସିପି ଶାନ୍ତନୁଙ୍କ ବିରୋଧରେ ଲୁକଆଉଟ୍ ନୋଟିସ୍ ଜାରି । ତେବେ ପଶ୍ଚିମବଙ୍ଗରେ କ୍ଷମତା ପରିବର୍ତ୍ତନ ସହିତ ଦୁର୍ନୀତିଗ୍ରସ୍ତଙ୍କ ଉପରେ ଆଇନ ବ୍ୟବସ୍ଥା କଡ଼ାକଡ଼ି ହେବା ଆରମ୍ଭ ହୋଇଛି। କୋଲକାତା ଡେପୁଟି ପୁଲିସ କମିସନର (ଡିସିପି) ଶାନ୍ତନୁ ସିହ୍ନା ବିଶ୍ୱାସଙ୍କ ବିରୋଧରେ ଲୁକଆଉଟ୍ ନୋଟିସ୍ ଜାରି କରାଯାଇଛି।

ଡିସିପି ଶାନ୍ତନୁଙ୍କ ବିରୋଧରେ ଇଡି ଏହି ଲୁକଆଉଟ୍ ନୋଟିସ୍ ଜାରି କରିଛି। ସୋନା ପପ୍ପୁ ମାମଲା ସହିତ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇଡି ସନ୍ଦେହ କରୁଛି ଯେ, ଡିସିପି ଶାନ୍ତନୁ ଦେଶ ଛାଡି ପଳାଇବାକୁ ପ୍ରସ୍ତୁତ ହେଉଛନ୍ତି। ତେଣୁ, ଇଡି ଡିସିପି ଶାନ୍ତନୁଙ୍କ ବିରୋଧରେ ଲୁକଆଉଟ୍ ନୋଟିସ୍ ଜାରି କରିଛି। ସେପଟେ ଦକ୍ଷିଣ କୋଲକାତାର ବାଲିଗଞ୍ଜର ବାସିନ୍ଦା ସୋନା ପପ୍ପୁଙ୍କ ବିରୋଧରେ ଜମି ହଡ଼ପ ଏବଂ ବଟି ଆଦାୟ ସମେତ ଅନେକ ଅଭିଯୋଗ ରହିଛି।

ତାଙ୍କ ବିରୋଧରେ ଅସ୍ତ୍ରଶସ୍ତ୍ର ଆଇନ ଅନୁଯାୟୀ ଏକ ମାମଲା ମଧ୍ୟ ରୁଜୁ ହୋଇଛି। ଏହି ଅଭିଯୋଗ ପରେ, ଇଡି ତଦନ୍ତ ଆରମ୍ଭ କରିଛି। ତଦନ୍ତକାରୀ ସଂସ୍ଥାର ଅଧିକାରୀମାନେ ସେହି ମାମଲାରେ ବ୍ୟବସାୟୀ ଜୟ କାମଦାରଙ୍କୁ ଗିରଫ କରିସାରିଛନ୍ତି। ସେହି ମାମଲାରୁ ସଂଗୃହୀତ ସୂଚନା ଆଧାରରେ, ଇଡି ଚଳିତ ମାସରେ ଶାନ୍ତନୁଙ୍କ ଫର୍ଣ୍ଣ ରୋଡ୍ ସ୍ଥିତ ଘରେ ଚଢାଉ କରିଥିଲା।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Satya Patha