Dailyhunt
ପଶ୍ଚିମବଙ୍ଗ ମାଲଦା ମାମଲା; ନ୍ୟାୟିକ ଅଧିକାରୀଙ୍କୁ ଅଟକ ରଖିବା ମାମଲାର ମାଷ୍ଟରମାଇଣ୍ଡ ଗିରଫ

ପଶ୍ଚିମବଙ୍ଗ ମାଲଦା ମାମଲା; ନ୍ୟାୟିକ ଅଧିକାରୀଙ୍କୁ ଅଟକ ରଖିବା ମାମଲାର ମାଷ୍ଟରମାଇଣ୍ଡ ଗିରଫ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ମାଲଦା ମାମଲାକ ନେଇ ସାରା ଦେଶରେ ଚର୍ଚ୍ଚା ଜୋର୍ ଧରିଛି । ଏହା ମଧ୍ୟରେ ନ୍ୟାୟିକ ଅଧିକାରୀଙ୍କୁ ଅଟକ ରଖିବା ମାମଲାର ମାଷ୍ଟରମାଇଣ୍ଡ ଗିରଫ ହୋଇଥିବାର ସୂଚନା ମିଳିଛି । ତେବେ ଏଆଇଏମ୍‌ଆଇଏମ୍‌ ନେତା ଆଡଭୋକେଟ୍‌ ମୋଫାକ୍କରୁଲ ଇସଲାମ ଏହି ଘଟଣାର ମାଷ୍ଟରମାଇଣ୍ଡ ବୋଲି ପୁଲିସ କହିଛି।

ପଶ୍ଚିମବଙ୍ଗ ପୁଲିସ ଇସଲାମ ଓ ତା'ର ସହଯୋଗୀକୁ ସିଲିଗୁଡ଼ିର ବାଗଡୋଗ୍ରା ବିମାନବନ୍ଦରରୁ ଗିରଫ କରିଥିଲା। ପୁଲିସ ଏହି ମାମଲାରେ ଶୁକ୍ରବାର ୧୮ ଜଣଙ୍କୁ ଗିରଫ କରିଛି।ଇସଲାମ ୨୦୨୧ରେ ଇତହାରରେ ଏଆଇଏମ୍‌ଆଇଏମ୍‌ର ପ୍ରାର୍ଥୀ ଥିଲା। ଏବେବି ସେ ଦଳର ଜଣେ ସକ୍ରିୟ କର୍ମୀ ଅଛି। ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନକୁ ନେଇ କାଲିଆଛକ୍‌ଠାରେ ସାତଜଣ ନ୍ୟାୟିକ ଅଧିକାରୀଙ୍କୁ ବୁଧବାର ଘଣ୍ଟା ଘଣ୍ଟାଧରି ଅଟକ ରଖାଯାଇଥିଲା। ସେପଟେ ଏଡିଜି କେ ଜୟାରମନ କହିଛନ୍ତି, ମୋଫାକ୍କରୁଲ ଇସଲାମର ଘର ଉତ୍ତର ଦିନାଜପୁର ଜିଲ୍ଲାର ଇତହାରରେ ଓ ସେ ବର୍ତ୍ତମାନ କୋଲକାତାରେ ରହୁଛି।

ସେ ନ୍ୟାୟିକ ଅଧିକାରୀଙ୍କୁ ଅଟକ ରଖିବାକୁ ତିନିଟି ସ୍ଥାନରେ ଲୋକମାନଙ୍କୁ ଉସୁକାଇଥିଲେ। ତା' ବିରୋଧରେ କାଲିଆଛକ୍‌ ପୁଲିସ ଷ୍ଟେସନରେ ତିନିଟି ମାମଲା ରୁଜୁ ହୋଇଛି। ଅନ୍ୟପଟେ କାଲିଆଛକ୍‌ ଘଟଣାରେ ମୋଟ ୧୯ଟି ମାମଲା ରୁଜୁ ହୋଇଛି। ପୁଲିସ ଅଧିକାରୀ କହିଛନ୍ତି, ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)କୁ ଏହି ମାମଲାରେ ତଦନ୍ତଭାର ମିଳିଥିଲେ ମଧ୍ୟ ପଶ୍ଚିମବଙ୍ଗ ପୁଲିସ ମାମଲା ତଦନ୍ତ ଜାରି ରଖିବ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Satya Patha