Dailyhunt

ପଶ୍ଚିମବଙ୍ଗ ନିର୍ବାଚନ; ହିଂସା ସତ୍ତ୍ବେ ଦ୍ବିତୀୟ ପର୍ଯ୍ୟାୟରେ ୯୨.୬ ପ୍ରତିଶତ ମତଦାନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦ୍ୱିତୀୟ ପର୍ଯ୍ୟାୟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସରିବା ପରେ ଏବେ ସମସ୍ତଙ୍କର ରେଜଲ୍ଟ ଉପରେ ନଜର ରହିଛି । ଏହା ମଧ୍ୟରେ ପଶ୍ଚିମବଙ୍ଗରେ ଦ୍ବିତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ପାଇଁ ଗତକାଲି ସନ୍ଧ୍ୟା ୭ଟା ୪୫ ମିନିଟ ସୁଦ୍ଧା ରେକର୍ଡ଼ ୯୨.୬୬ ପ୍ରତିଶତ ମତଦାନ ହୋଇଛି। ତେବେ ହିଂସା, ଧମକ ଓ ଇଭିଏମ୍‌ ଟାପରିଂ ଘଟଣା ମଧ୍ୟରେ ରେକର୍ଡ଼ ସଂଖ୍ୟକ ଭୋଟର ମତଦାନ କରିଥିବା ଦେଖିବାକୁ ମିଳିଛି।

୭ ଜିଲ୍ଲାର ୩ କୋଟି ୨୧ ଲକ୍ଷ ୭୫ ହଜାର ୨୧୯ ଭୋଟରଙ୍କ ମଧ୍ୟରୁ ଅପରାହ୍ଣ ୩ଟା ସୁଦ୍ଧା ପାଖାପାଖି ୮୦ ପ୍ରତିଶତ ମତଦାନ ହୋଇଥିଲା।

ବିଭିନ୍ନ ସ୍ଥାନରେ ଉତ୍ତେଜନା ହ୍ରାସ କରିବାକୁ ରାଜ୍ୟ ପୁଲିସ ସହିତ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ଲାଠିଚାର୍ଜ କରିଥିବା ଖବର ଆସିଛି। ସେପଟେ ଭବାନୀପୁରରେ ଶୁଭେନ୍ଦୁ ଅଧିକାରୀ ହରିଶ ମୁଖାର୍ଜୀ ରୋଡରେ ଥିବା ଜୟ ହିନ୍ଦ ଭବନ ପୋଲିଂ ବୁଥରେ ପହଞ୍ଚିବା ପରେ ସ୍ଥାନୀୟ କାଉନସିଲର ତଥା ମମତା ବାନାର୍ଜୀଙ୍କ ଭାଇ କାର୍ତ୍ତିକ ବାନାର୍ଜୀଙ୍କ ପତ୍ନୀ କାଜୋରୀ ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ ସମର୍ଥକମାନେ 'ଜୟ ବଙ୍ଗଳା' ସ୍ଲୋଗାନ ଦେବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା। ଶୁଭେନ୍ଦୁ ଅଧିକାରୀ ତୁରନ୍ତ ନିର୍ବାଚନ ଆୟୋଗଙ୍କୁ କେନ୍ଦ୍ରୀୟ ସୁରକ୍ଷା ମୁତୟନ କରିବାକୁ କହିଥିଲେ। କେନ୍ଦ୍ରୀୟ ବାହିନୀ ହରିଶ ମୁଖାର୍ଜୀ ରୋଡରେ ଥିବା ତୃଣମୂଳ କଂଗ୍ରେସ କର୍ମୀଙ୍କୁ ଘଉଡ଼େଇବା ପାଇଁ ଲାଠିଚାର୍ଜ କରିଥିଲେ। ପ୍ରବଳ ଉତ୍ତେଜନା ସତ୍ତ୍ବେ ସନ୍ଧ୍ୟା ୬ଟା ସୁଦ୍ଧା କୌଣସି ରକ୍ତପାତ କିମ୍ବା ଜୀବନ ହାନି ଘଟଣା ଘଟିନଥିଲା।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Satya Patha