Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ପ୍ରଶିକ୍ଷକ ନାଭାଲ ସିଂଙ୍କ ବିରୁଦ୍ଧରେ ନିର୍ଯ୍ୟାତନା ଅଭିଯୋଗ ଆଣିଲେ ନୀରଜ ଚୋପ୍ରା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପ୍ରଶିକ୍ଷକ ନାଭାଲ ସିଂଙ୍କ ବିରୁଦ୍ଧରେ ନିର୍ଯ୍ୟାତନା ଅଭିଯୋଗ ଆଣିଲେ ନୀରଜ ଚୋପ୍ରା । ତେବେ ନାଭାଲ ସିଂହ ତାଙ୍କୁ ମାନସିକ ନିର୍ଯାତନା ଦେଉଛନ୍ତି ଓ ଗାଳିଗୁଳଜ କରନ୍ତି ବୋଲି ସୁନୀଲ ଅଭିଯୋଗ କରିଛନ୍ତି। ଏନେଇ ସେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (SAI) ପାଖରେ ଅଭିଯୋଗ ଦାଖଲ କରିଛନ୍ତି। ସିଂହଙ୍କ ଆଚରଣ ଖେଳାଳିମାନଙ୍କ ପାଇଁ କ୍ଷତିକାରଣ ବୋଲି ସେ କହିଛନ୍ତି।

ସବୁଠାରୁ ବଡ଼ କଥା ହେଲା ନୀରଜ ଚୋପ୍ରା ମଧ୍ୟ ସୁନୀଲଙ୍କୁ ସମର୍ଥନ କରିଛନ୍ତି। ସେପଟେ ଅଣ୍ଟିଲ ଟୋକିଓ ୨୦୨୦ ଏବଂ ପ୍ୟାରିସ୍ ୨୦୨୪ ପାରାଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ନାଭାଲ୍ ତାଙ୍କୁ ଏବଂ ନୀରଜ ଚୋପ୍ରାକୁ ବାରମ୍ବାର ଟାର୍ଗେଟ କରିଥିଲେ। ପ୍ରଫେସନାଲର ସୀମା ପାର୍ କରି ତାଙ୍କ ପରିବାର ବର୍ଗକୁ ମଧ୍ୟ ଗାଳିଗୁଲଜ କରିଥିଲେ।

ଅଣ୍ଟିଲ ପିଟିଆଇକୁ ପ୍ରତିକ୍ରିୟା ଦେଇ କହିଛନ୍ତି "ସେ ଆମକୁ ମାନସିକ ଭାବରେ ନିର୍ଯାତନା ଦେଇଥିଲେ ଏବଂ ମୋର ଏବଂ ନୀରଜଙ୍କ ପରିବାରକୁ ଦୁର୍ବ୍ୟବହାର କରୁଥିଲେ। ସେ ମାନସିକ ସ୍ତରର ଅସ୍ଥିର ଥିବା ମନେ ହେଉଛି।" ସୀମା ଟପିବାରୁ ବାଧ୍ୟ ହେଇ କର୍ତ୍ତୃପକ୍ଷଙ୍କ ପାଖରେ ଲିଖିତ ଅଭିଯୋଗ କଲି ବୋଲି ଅଣ୍ଟିଲ କହିଛନ୍ତି।ଘଟଣାରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ ପକ୍ଷରୁ ପ୍ରତିକ୍ରିୟା ଆସିଛି। ଆମ ପାଖକୁ ଅଭିଯୋଗ ଆସିଛି। ଅଭିଯୋଗକୁ ନୀରଜ ଚୋପ୍ରା ମଧ୍ୟ ସମର୍ଥନ ଜଣାଇଛନ୍ତି। ମାମଲାକୁ ସମ୍ପୃକ୍ତ ଫେଡେରେସନ ସହିତ ବିଚାର କରାଯାଉଛି ବୋଲି ସାଇ କହିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Satya Patha