Dailyhunt

ରାସ୍ତାରେ ପୋହା ବିକି ଚର୍ଚ୍ଚାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାସ୍ତାରେ ପୋହା ବିକି ଚର୍ଚ୍ଚାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ। ତେବେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ ରାସ୍ତାକଡ଼ରେ ଛୋଟ ଜଳଖିଆ ଷ୍ଟଲରେ ଛିଡ଼ା ହୋଇ ଲୋକଙ୍କୁ ଗରମ ଗରମ ପୋହା ଖାଇବାକୁ ଦେଉଥିବା ଦେଖିବାକୁ ମିଳିଥିଲା। ରାସ୍ତା କଡ଼ରେ ଥିବା ବିକ୍ରେତାଙ୍କୁ ନଗରପାଳିକା କର୍ତ୍ତୃପକ୍ଷଙ୍କ ହଟାଇବା ପ୍ରତିବାଦରେ ଏହା ଉମାଙ୍କର ପ୍ରତିବାଦ ଶୈଳୀ ଥିଲା।

୬୬ ବର୍ଷୀୟ ଉମା ଭାରତୀ ସିଭିଲ ଲାଇନ ଅଞ୍ଚଳରେ ଉଠା ଦୋକାନୀଙ୍କ ସମର୍ଥନରେ ପ୍ରତିବାଦ କରିଥିଲେ। ଦିନକ ପୂର୍ବରୁ ପୌରପାଳିକା ଜବରଦଖଲ ଅଭିଯାନର ଅଂଶ ସ୍ୱରୂପ ବିକ୍ରେତାମାନଙ୍କୁ ହଟାଇ ଦେଇଥିଲା । ଯାହାକୁ ନେଇ ଚର୍ଚ୍ଚା ଏବେ ଜୋର ଧରିବାରେ ଲାଗିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Satya Patha